ନିଲମ୍ବିତ ୬ ବିଜେଡି ବିଧାୟକଙ୍କ ବଦଳୁନି ଆସନ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ବିଜେଡିରୁ ନିଲମ୍ବିତ ୬ ବିଧାୟକଙ୍କର ବିଧାନସଭାରେ ଏପର୍ୟ୍ୟନ୍ତ ବଦଳିନି ଆସନ। ଫଳରେ ଏହି ବିଧାୟକମାନେ ବିଧାନସଭା ଆସୁ ନଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷରେ ନିଲମ୍ବନ ଓ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଥାନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାମରେ ଏତଲା ଦେବାକୁ ଏହି ବିଧାୟକମାନେ ସଜବାଜ ହେଉଛନ୍ତି। ଏଭଳି ସ୍ଥିତିରେ ଉଭୟ ପକ୍ଷ ଆଇନଗତ ଲଢ଼େଇ ପାଇଁ ମଧ୍ୟ ତର୍ଜମା ଚଳାଇଛନ୍ତି।ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ପୂର୍ବରୁ ନିଲମ୍ବିତ ୨ ବିଧାୟକଙ୍କ ସମେତ ମୋଟ ୮ ବିଧାୟକ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପଙ୍କୁ ଭୋଟ ଦେଇଥିଲେ। ବିଜେଡି ପକ୍ଷରୁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇ ଶୃଙ୍ଖଳା କମିଟି ଓ ରାଜନୈତିକ ବ୍ୟାପାର କମିଟି(ପିଏସି) ନିଷ୍ପତ୍ତି ମୁତାବକ ଦଳ ସଭାପତି ନବୀନ ପଟ୍ଟନାୟକ ୬ ବିଧାୟକଙ୍କୁ ଗତ ୨୧ ତାରିଖରେ ନିଲମ୍ବନ କରିଥିଲେ। ମାତ୍ର ନିଲମ୍ବନ ପରେ ବି ଏହି ୬ ବିଧାୟକଙ୍କର ବିଧାନସଭାରେ ଆସନ ପରିବର୍ତ୍ତନ ହୋଇନି। ବିଜେଡି ପକ୍ଷରୁ ପୂର୍ବରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଆସନ ବଦଳିଥିଲା। ମାତ୍ର ଗତ ୨୧ରେ ନିଲମ୍ବିତ ୬ ବିଧାୟକଙ୍କ ଆସନରେ ପରିବର୍ତ୍ତନ ହୋଇନି।

ବସ୍ତା ବିଧାୟିକା ସୁବାସିନୀ ଜେନା ଗୋଟିଏ ଦିନ ବିଧାନସଭା ଆସିଥିଲେ। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟ‌େ‌ଦବ ବିଧାୟକ ନବକିଶୋର ମଲ୍ଲିକ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଧାନସଭା ଆସୁନାହାନ୍ତି। ବିଜେଡି ପକ୍ଷରୁ ଆସନ ପରିବର୍ତ୍ତନ ନେଇ ବାଚସ୍ପତିଙ୍କୁ ଅବଗତ କରାଯାଇନି। ଫଳରେ ଆସନ ପରିବର୍ତ୍ତନ ହୋଇପାରିନି। ସେହିପରି ଗତ ୧୭ ତାରିଖରେ କଂଗ୍ରେସ ୩ ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପୂର୍ବକ ଦଳରୁ ନିଲମ୍ବନ କରିଥିଲା। ନିଲମ୍ବିତ ବିଧାୟକଙ୍କ ଆସନ ପରିବର୍ତ୍ତନ ପାଇଁ ଦଳ ବାଚସ୍ପତିଙ୍କୁ କହିବାରୁ ପରେ ଆସନ ବଦଳିଥିଲା। ମାତ୍ର ଏହି ୬ ବିଜେଡିର ନିଲମ୍ବିତ ବିଧାୟକଙ୍କ ଆସନ ପରିବର୍ତ୍ତନ ପାଇଁ ଚିଠି ବାଚସ୍ପତିଙ୍କୁ ଏଯାବତ୍‌ ଦେଇନି ବିଜେଡି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ