ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ; ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ରେ ହେବେ ସାମିଲ

ଭୁବନେଶ୍ବର: ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବୃହତ୍ ନିବେଶ ଆକର୍ଷଣ ଲକ୍ଷ୍ୟରେ ଆୟୋଜିତ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ରାଜ୍ୟ ବାହାରେ ପ୍ରଥମ ଥର ପାଇଁ ମୋହନ ସରକାର ଏହି ସ୍ୱତନ୍ତ୍ର ଖାଦ୍ୟ ପ୍ରକ୍ରିୟାକରଣ ନିବେଶ ସମ୍ମିଳନୀର ଆୟୋଜନ କରୁଛନ୍ତି ।

ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ଅଗ୍ରଣୀ ଶିଳ୍ପପତି ଓ ନିବେଶକଙ୍କ ସହ ବୈଠକ କରିବେ । ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ନିବେଶର ସୁଯୋଗ ଉପସ୍ଥାପନ କରିବେ । ଏହି ଆଲୋଚନା ମାଧ୍ୟମରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିବା ସହ ନୂତନ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା ସରକାର ଓ ଆସୋଚାମର ମିଳିତ ଆନୁକୂଲ୍ୟରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ କାର୍ଯ୍ୟକ୍ରମ । ସମ୍ମିଳନୀରେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି, ନିବେଶକ, ରପ୍ତାନିକାରୀ, ଏମଏସଏମଇ ପ୍ରତିନିଧି, ଶିଳ୍ପ ସଂଗଠନ ଓ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେବେ । ଖାଦ୍ୟ ପ୍ରକ୍ରିୟାକରଣ ଭ୍ୟାଲୁ ଚେନ୍, ଏଫଏମସିଜି ଓ ଭ୍ୟାଲୁ ଆଡେଡ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଥିବା ସୁଯୋଗ ଉପରେ ବିସ୍ତୃତ ଆଲୋଚନା ସହ ବିଭିନ୍ନ ନିବେଶ ସହ ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ‘‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାର ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ଆୟୋଜନ କରାଯାଇଛି । ଦେଶର ଅଗ୍ରଣୀ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନାର ସୁଯୋଗ ସୃଷ୍ଟି ହୋଇଛି । ଏହା ମାଧ୍ୟମରେ ଗୁଣାତ୍ମକ ନିବେଶ ଆସିବା ସହ କୃଷକ, ଉଦ୍ୟୋଗୀ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଲାଭବାନ ହେବ । ଏହି ଦୁଇ ଦିନିଆ ନିବେଶ ପ୍ରୋତ୍ସାହନ ଅଭିଯାନ ମାଧ୍ୟମରେ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ତ୍ୱରାନ୍ୱିତ ହେବ । କ୍ଷେତ୍ରଭିତ୍ତିକ ଶିଳ୍ପ ସହଭାଗିତା ଆହୁରି ମଜବୁତ ହେବ । ଖାଦ୍ୟ ପ୍ରକ୍ରିୟାକରଣ ଓ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶ ଗନ୍ତବ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ ’’।

‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ନିବେଶକ, ଏମଏସଏମଇ, ଶିଳ୍ପ ସଂଗଠନ ଓ କ୍ଷେତ୍ର ବିଶେଷଜ୍ଞ ଯୋଗଦେବେ । ଓଡ଼ିଶାର କୃଷି ଓ ସାମୁଦ୍ରିକ ସମ୍ପଦ, ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମି, ଲଜିଷ୍ଟିକ୍ସ, ସରକାରୀ ନୀତି ଓ ନିବେଶ ସମ୍ଭାବନାକୁ ଉପସ୍ଥାପନ କରାଯିବ । ରାଜ୍ୟର କୃଷିଜାତ ଓ ସାମୁଦ୍ରିକ ଉତ୍ପାଦକୁ ଜାତୀୟ ଓ ବିଶ୍ୱ ବଜାର ସହ ଯୋଡ଼ିବା ଉପରେ ଜୋର ଦିଆଯିବ । ଷ୍ଟେନଲେସ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ, ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ସୁଯୋଗ ନେଇ ଶିଳ୍ପପତିଙ୍କ ସହ ଆଲୋଚନା ହେବ । ରାଜ୍ୟ ପ୍ରତିନିଧି ଦଳ ଗ୍ରେଟର ନୋଏଡାର ଅତ୍ୟାଧୁନିକ ଉତ୍ପାଦନ କାରଖାନା ପରିଦର୍ଶନ କରିବେ । ଉନ୍ନତ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ଅବଗତ ହେବେ । ଗ୍ରେଟର ନୋଏଡାରେ ଆଲୁମିନିୟମ ଡାଉନଷ୍ଟ୍ରିମ ଶିଳ୍ପ, ବୟନ ଓ ପୋଷାକ ଶିଳ୍ପ ଓ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଆସୋସିଏସନ ସହ ଇଞ୍ଜିନିୟରିଂ ନିର୍ମାଣ ଓ ଏମଏସଏମଇ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସହ ଆଲୋଚନା ହେବ ।

  • Related Posts

    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

    Continue reading
    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ