ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍-ପ୍ରସ୍ତୁତି

ଭୁବନେଶ୍ୱର: ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରାକ୍-ପ୍ରସ୍ତୁତି ଜୋରଦାର କରାଯାଇଛି। ଏହାର ଅଂଶସ୍ୱରୂପ ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏ ନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ଚିଠି ଜାରି କରାଯାଇଛି।ଓସୱାନ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ୨୦୨୭ ନିର୍ବାଚନର ପ୍ରସ୍ତୁତି ସହ ଜଡିତ ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମେ, ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମର ରୂପରେଖା, କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ।

ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ଅଦ୍ୟତନ କରିବାକୁ କମିଶନ ଗୁରୁତ୍ୱ ଦେଉଛନ୍ତି।ସେହିପରି, ୨୦୨୨ ମସିହାରେ ଅନୁଷ୍ଠିତ ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି (DC) ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର (UC) ଦାଖଲ ପ୍ରକ୍ରିୟାର ଅଗ୍ରଗତି ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ବାକି ଥିବା ଆର୍ଥିକ ଓ ପ୍ରଶାସନିକ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ଉପରେ ମଧ୍ୟ ଜୋର ଦିଆଯିବ।ଏହି ଭିଡିଓ କନଫରେନ୍ସରେ ସମସ୍ତ ଜିଲ୍ଲାପାଳଙ୍କ ସମେତ ପୌର ନିର୍ବାଚନର ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ERO ଓ AERO, ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପୃକ୍ତ ସେକ୍ସନର ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରେ ଉପସ୍ଥିତ ରହିବାକୁ କୁହାଯାଇଛି।

୨୦୨୭ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ସୁଚାରୁ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ କମିଶନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନିକ ମହଳରେ ଚର୍ଚ୍ଚା ହେଉଛି।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ