‘ପରାଜୟର କାରଣ ନବୀନଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି’

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ୪ ମାସ ବିତିଛି । ଶାସନ କ୍ଷମତାରୁ ନବୀନ ସରକାର ଅପସରିଥିବାବେଳେ ଦାୟିତ୍ବ ନେଇଛି ମୋହନ ମାଝୀ ସରକାର । ୨୪ ବର୍ଷର ବିଜେଡି ସରକାର ପରାଜୟର ବିଭିନ୍ନ କାରଣ ସାମ୍ନାକୁ ଆସୁଛି । ଦଳୀୟ ନେତା ଓ ଦଳ ଛାଡୁଥିବା ନେତା ପରାଜୟ ନେଇ ବିଭିନ୍ନ କାରଣ କହୁଛନ୍ତି । ଏବେ ଆଉ ଜଣେ ବିଜେଡି ନେତା ଦଳର ପରାଜୟର କାରଣ କହିଛନ୍ତି । ସଭାପତି ନବୀନ ପଟ୍ଟନାୟକଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି ପାଇଁ ଦଳ ପରାସ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ବେହେରା ।ବିଜେଡି ହାରିବା ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ସୁଶାନ୍ତ । ସୁଶାନ୍ତ କହିଛନ୍ତି, “ଦଳର ପରାଜୟର ବିଭିନ୍ନ କାରଣ ରହିଛି । ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ଲୋକଙ୍କ ପାଖକୁ ବିଜେଡି ନେଇପାରିନାହିଁ । ଏଥିପାଇଁ ଦଳ ନିର୍ବାଚନ ପରାସ୍ତ ହୋଇଛି । ପରିତ୍ୟକ୍ତ ନେତୃତ୍ୱ ମଣ୍ଡଳୀ ବିଜେଡି ଛାଡୁଛନ୍ତି । ବିଜେଡି ସହ ଓତପ୍ରୋତଃ ଭାବେ ଜଡ଼ିତ ବା ଦଳର ସକ୍ରିୟ ସଦସ୍ୟ ନିର୍ବାଚନ ମଣ୍ଡଳୀ କିମ୍ବା ନେତୃତ୍ୱ ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ବିଜେଡି ସହିତ ଜଡିତ ନେତା ଦଳ ପରିବର୍ତ୍ତନ କରିବେ ନାହିଁ ।”ସୁଶାନ୍ତ ଆହୁରି ମଧ୍ୟ କହିଛନ୍ତି, “ବରିଷ୍ଠ ନେତା ଅମର ଶତପଥି ଟିକେ ଅସନ୍ତୁଷ୍ଟ ଅଛନ୍ତି । ଅମରଙ୍କୁ ପ୍ରାର୍ଥୀ ନକରି ଅନ୍ୟ ଜଣେ ବ୍ୟକ୍ତିତ୍ୱକୁ ପ୍ରାର୍ଥୀ କରିବାରୁ ତାଙ୍କ ମନରେ ଟିକେ କ୍ଷୋଭ ସୃଷ୍ଟି ହୋଇଛି । ତେଣୁ ସେ ଏମିତି କହୁଛନ୍ତି । ଅମର ବାବୁ ଆମ ସାଥିରେ ଅଛନ୍ତି । ସେ ବିଜେଡି ଛାଡି ଅନ୍ୟ କୌଣସି ଦଳକୁ ଯାଇନାହାନ୍ତି । ଦଳ ବରିଷ୍ଠ ନେତାଙ୍କୁ ଉପେକ୍ଷା କରିଛି ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ସେମିତି କିଛି ହୋଇନାହିଁ । ବରିଷ୍ଠ ନେତା ବିଜେଡି ସହିତ ଅଛନ୍ତି । ଦଳର ପରାଜୟ ପରେ ସମସ୍ତେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ଆଉ ବେଶୀ ଦିନ ରହିବ ନାହିଁ । ବିଜେଡି ସହିତ ସମସ୍ତେ ସଂଗଠିତ ହୋଇଅଛନ୍ତି । ଆଗକୁ ମଧ୍ୟ ରହିବେ । ବିଜେଡି ପୁନର୍ବାର ୨୦୨୯ରେ କ୍ଷମତାକୁ ଫେରିବ ।”ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା ଅଭିଯୋଗ ନେଇ ସୁଶାନ୍ତ କହିଛନ୍ତି, “ବରିଷ୍ଠ ନେତାଙ୍କୁ ନେଇ ଉପଦେଷ୍ଟା କମିଟି ରହିଛି । ଦଳକୁ ଦିଗଦର୍ଶନ ଦେବାକୁ ନିର୍ଦ୍ଦେଶ ରହିଛି । ଦଳର ଭଲ ମନ୍ଦ ବାବଦରେ ଆଲୋଚନା କରିବାର ସେମାନଙ୍କର ଅଧିକାର ରହିଛି । କ୍ଷମତାରେ ରହିବା ଲାଗି ବିଜେଡିକୁ ୨୪ ବର୍ଷ ଓଡ଼ିଶାବାସୀ ଦାୟିତ୍ୱ ଦେଇଥିଲେ । ପ୍ରତ୍ୟେକ ଭୋଟ ଦେଇ ବିଜେଡିକୁ ସରକାର କରିବା ଲାଗି ସୁଯୋଗ ଦେଇଛନ୍ତି । ନୂଆ ସରକାର ଦେଖିବା ଲାଗି କିଛି ଲୋକଙ୍କ ମନରେ ଥିଲା । ଲୋକଙ୍କର ଏହି ଉଦ୍ଦେଶ୍ୟରେ ଦଳର କ୍ଷତି ହୋଇଛି ।”

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ