‘ପାସ୍‌ପୋର୍ଟ ନୁହେଁ ନାଗରିକତ୍ବର ପ୍ରମାଣପତ୍ର’

ନୂଆଦିଲ୍ଲୀ : ପାସପୋର୍ଟ ହେଉଛି ବିଦେଶ ଗସ୍ତ ନିମନ୍ତେ ଏକ ଆବଶ୍ୟକ କାଗଜପତ୍ର (ଡକ୍ୟୁମେଣ୍ଟ)। ଏହା ଭାରତୀୟ ନାଗରିକତାର ପରିଚୟପତ୍ର ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ବୁଧବାର ୧୪ତମ ପାସପୋର୍ଟ ସେବା ଦିବସ ପାଳନ ଅବସରରେ ସରକାର ପକ୍ଷରୁ ଏପରି କୁହାଯାଇଛି। ସରକାର କହିଛନ୍ତି ଯେ କେବଳ ଭାରତୀୟ ନାଗରିକଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଥାଏ; ମାତ୍ର ଏହା ନାଗରିକତାର ପ୍ରମାଣପତ୍ର ନୁହେଁ। ସରକାରଙ୍କ ଏପରି ମନ୍ତବ୍ୟ ପରେ ନାଗରିକତାର ପରିଚୟପତ୍ରକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ସରକାର କହିଛନ୍ତି ଯେ ପାସ୍‌ପୋର୍ଟ ସମ୍ପୃକ୍ତ ବ୍ୟକ୍ତିର ସମ୍ପତ୍ତି ନୁହେଁ। ଏହା ସରକାରଙ୍କର ସମ୍ପତ୍ତି। ସରକାର ଯେତେବେଳେ ଏହାକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେବେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ସରକାରଙ୍କ ନିକଟରେ ଜମା କରିବାକୁ ବାଧ୍ୟ। ଚଳିତବର୍ଷ ଏସ୍‌ଆଇଆର ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କୁହାଯାଇଥିଲା ଯେ ଆଧାର କାର୍ଡ ବ୍ୟକ୍ତିର ନାଗରିକତାର ପ୍ରମାଣପତ୍ର ନୁହେଁ। ଭୋଟର କାର୍ଡ ମଧ୍ୟ ନାଗରିକତାର ପ୍ରମାଣପତ୍ର ନୁହେଁ। ପାସପୋର୍ଟ, ଆଧାର, ଭୋଟର କାର୍ଡ ଆଦି ବ୍ୟକ୍ତିର ପରିଚୟ ପତ୍ର ଯାହାକୁ ମତଦାନ ସମୟରେ ଉପସ୍ଥାପନ କରିବାକୁ ପଡିଥାଏ।
ନାଗରିକତ୍ବ ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ୧୯୫୦ ଜାନୁଆରୀ ୨୬ରୁ ୧୯୮୭ ଜୁଲାଇ ୧ ମଧ୍ୟରେ ଭାରତରେ ଜନ୍ମ ହୋଇଥାଏ ତେବେ ସେ ଭାରତୀୟ ବିବେଚିତ ହେବେ। ୧୯୮୭ ଜୁଲାଇ ୧ ପରେ ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି ସେମାନେ ଭାରତର ନାଗରିକତ୍ବ ପାଇଁ ଦାବି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପିତାମାତାଙ୍କ ମଧ୍ୟରେ କେହି ଜଣେ ଭାରତୀୟ ହୋଇଥିବା ଦରକାର। ୨୦୦୪ ଡିସେମ୍ବର ୩ ପରେ ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି ସେମାନେ ଭାରତର ନାଗରିକତା ପାଇଁ ଦାବି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପିତାମାତା ଉଭୟ ଭାରତୀୟ ​‌େ​‌ହାଇଥିବା ଜରୁରୀ। ଯଦି ପିତାମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ହୋଇଥାନ୍ତି ତେବେ ତାଙ୍କୁ ଦେଶାଟନକାରୀ କୁହାଯିବ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ