ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ

ଭୁବନେଶ୍ୱର :ଓଡ଼ିଶାର ପାରା କ୍ରୀଡ଼ାବିତ୍‌ ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ପାରା ତୀରନ୍ଦାଜ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି ଯେ, ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ପାୟଲ ନାଗ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ପ୍ରଦାନ କରିଛି। ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି ବୋଲି ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ମତପ୍ରକାଶ କରିଛନ୍ତି।

  • Related Posts

    ବୈତରଣୀରେ ବୁଡ଼ିଗଲେ ସ୍ବାମୀ-ସ୍ତ୍ରୀ

    କଳିଙ୍ଗନଗର: ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ମୃତ…

    Continue reading
    ବାଘ ଶିକାର ଯୋଜନା ପଣ୍ଡ, ୨ ଶିକାରୀ ଗିରଫ

    ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ପାଇଁ ଯୋଜନା କରିଥିବା ୨ ଜଣ ଶିକାରୀ ରାଉତପଡା ଗାଁ ର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁ ପ୍ରସାଦ ସୁଇ (୪୮) ଙ୍କୁ ବନ ବିଭାଗ ଗିରଫ କରିଛି। ଡେବ୍ରିଗଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି