ପୁଣି ଅଶାନ୍ତ ହେଲା ବାଂଲାଦେଶ:ଦୁଇ ମୃତ

ବାଂଲାଦେଶ: ପୁଣି ଅଶାନ୍ତ ହେଲା ବାଂଲାଦେଶ। ଶେଖ ହସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ ଉଷ୍ମ ହେଉଛି ବାଂଲାଦେଶ। ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଆନ୍ଦୋଳନ। ଆୱାମୀ ଲିଗ ସମର୍ଥକମାନେ ପୋଲିସ ସହିତ ସଂଘର୍ଷ କରିଥିଲେ। ଏହି ସଂଘର୍ଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଢାକାରେ ପ୍ରଦର୍ଶନକାରୀମାନେ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ସମୟରେ ଅନେକ ରାଜପଥ ଅବରୋଧ କରିଥିଲେ ଏବଂ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ବାଡ଼ି, ଶବ୍ଦ ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିବାକୁ ପଡିଥିଲା।ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରକାଶ ପାଇଛି ଯେଉଁଥିରେ ପୋଲିସ ଲାଠି ସାହାଯ୍ୟରେ ପ୍ରତିବାଦକାରୀଙ୍କୁ ଘଉଡ଼ାଉଥିବା ଦେଖାଯାଉଛି ଏବଂ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ସୂଚନାନୁସାରେ, ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ବାସଭବନ ଧାନମୋଣ୍ଡି ୩୨ ଅଞ୍ଚଳରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି।
ଗତ ବର୍ଷ ଅଗଷ୍ଟ 5 ତାରିଖରେ ବ୍ୟାପକ ସରକାର ବିରୋଧୀ ପ୍ରତିବାଦ ପରେ ତାଙ୍କୁ ବହିଷ୍କାର କରାଯିବା ପରଠାରୁ ବର୍ତ୍ତମାନ ଦିଲ୍ଲୀରେ ନିର୍ବାସିତ ରହୁଥିବା 78 ବର୍ଷୀୟା ଆୱାମୀ ଲିଗ୍ ମୁଖ୍ୟ ହସିନାଙ୍କୁ ଆଇସିଟି ତିନୋଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି: ହିଂସା ପାଇଁ ଉସୁକାଇବା, ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେବା ଏବଂ ଛାତ୍ର-ନେତୃତ୍ୱାଧୀନ ବିଦ୍ରୋହ ସମୟରେ ଅତ୍ୟାଚାର ରୋକିବାରେ ବିଫଳତା। ଯାହାକୁ ଦୃଷ୍ଟିରେ ରଖି ହସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଣି ହୋଇଛି।ଅନ୍ୟପଟେ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟ ସୋମବାର ଭାରତକୁ ଔପଚାରିକ ପତ୍ର ଲେଖିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶକୁ ଫେରାଇ ଦେବାକୁ ଦାବି କରିଛି। ମନ୍ତ୍ରାଳୟ ପତ୍ରରେ ଦୁଇ ଦେଶଙ୍କ ମଧ୍ୟରେ ଥିବା ‘ପ୍ରତ୍ୟାର୍ପଣ ବୁଝାମଣା’ର ଉଦାହରଣ ଦେଇ କହିଛି ଯେ, ଭାରତ ଉପରେ ହସିନାଙ୍କୁ ପଠାଇବାର ‘ବାଧ୍ୟତାମୂଳକ’ ଦାୟିତ୍ୱ ରହିଛି। ଏହି ପତ୍ର ସେହି ରାୟ ପରେ ପଠାଯାଇଛି, ଯେଉଁଥିରେ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି-ବିଡି) ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛି । ପତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତିମାନଙ୍କୁ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ତାଙ୍କୁ ଅନ୍ୟ କୌଣସି ଦେଶ ଶରଣ ଦେବା ‘ଅମିତ୍ରତାପୂର୍ଣ୍ଣ’ ପଦକ୍ଷେପ ମନେ କରାଯିବ ଓ ଏହା ନ୍ୟାୟର ଅବମାନନା ହେବ। ଏନେଇ ଭାରତ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗାମୀ ସମୟରେ ଦେଖିବାକୁ ମିଳିବ ।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ