ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ଦଶହରାକୁ ଭିଜାଇବ ବର୍ଷା । କିନ୍ତୁ ବଡ଼ ବର୍ଷା ନାହିଁ । ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଅଷ୍ଟମୀ ବା ୩୦ରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଦଶହରା ଦିନ(୨ ତାରିଖ)ରେ ଉପକୂଳରେ ହାଲୁକାରୁ ସ୍ୱଳ୍ପ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଆକଳନ କହୁଛି, ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ରହିଛି । ୨୪ ଓ ୨୫ ତାରିଖରେ ଓଡ଼ିଶା ଉପକୂଳଠାରୁ ଦୂରରେ ଏହି ଲଘୁଚାପ ରହିବ । ୨୬ରେ ଗୋପାଳପୁର ଓ ବିଶାଖପାଟଣା ମଝିରେ(ଶ୍ରୀକାକୁଲମ) ପାଖରେ ଏହି ଲଘୁଚାପ ସ୍ଥଳଭାଗ ଛୁଇଁପାରେ । ୩୦ରେ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଓଡ଼ିଶା ଉପକୂଳ ପାଖରେ ସମୁଦ୍ରରେ ଉତ୍ତର ଆଡ଼କୁ ଆଗେଇବ । ୪ରେ ପଶ୍ଚିମବଙ୍ଗ ଦୀଘା ପାଖକୁ ଆସିବ । କିନ୍ତୁ ଏହା ଘନୀଭୂତ ହେବନି ବୋଲି ସେ କହିଛନ୍ତି । ୨୪ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଓ ଅନ୍ୟ ସ୍ଥାନରେ ବିକ୍ଷିପ୍ତ(୨୦ମିମି ପର୍ୟ୍ୟନ୍ତ) ବର୍ଷା ହୋଇପାରେ । ୨୫ ତାରିଖରେ କେତେକ ସ୍ଥାନରେ ୨୦ମିମିରୁ କମ୍‌ ବର୍ଷା ହୋଇପାରେ । ୨୬ରେ ଉତ୍ତର ଆଭ୍ୟନ୍ତରକୁ ଛାଡ଼ି ରାଜ୍ୟର ଅନ୍ୟ ସ୍ଥାନରେ ୨୫ମିମି ପର୍ୟ୍ୟନ୍ତ ବର୍ଷା ହେବ । ୨୭ରେ ଭୁବନେଶ୍ୱର ଓ କିଛି ବିକ୍ଷିପ୍ତ ଅଞ୍ଚଳରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୩୦ ଓ ୧ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୧୦ରୁ ୨୫ମିମି ବର୍ଷା ହେବ । ୨ ତାରିଖରେ ଉପକୂଳରେ ହାଲୁକାରୁ ସ୍ୱଳ୍ପ ବର୍ଷା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ ।

ସେହିପରି ୩ରେ ପୂରା ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ହେବ । ତେବେ ଦଶହରା ଭିତରେ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ଅଛି ବୋଲି ସେ କହିଛନ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ଆସନ୍ତା ଗୁରୁବାର ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ୨୬ ତାରିଖ ବେଳକୁ ଏହା ଅବପାତ ରୂପ ନେଇ ୨୭ରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ