
ଭୁବନେଶ୍ୱର: ପ୍ରକାଶ ପାଇଲା UG ଦ୍ବିତୀୟ ରାଉଣ୍ଡ୍ ମେରିଟ୍ ଲିଷ୍ଟ । ଦ୍ବିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟରେ ୪୫ ହଜାର ୫୦୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏପଟେ ୫୨ ହଜାର ୧୨୬ ପିଲା Slide/Float ଅପ୍ସନ ଦେଇଥିଲେ । ୨୩ରୁ ୨୫ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ପ୍ରଥମ ରାଉଣ୍ଡରେ 1 ଲକ୍ଷ 75 ହଜାର 722 ଜଣ ପିଲାନକୁ ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ୭୯ ହଜାର ୭୫୨ ନାମ ଲେଖାଇଥିଲେ । ତେବେ ଜଣାନ୍ତୁ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିଛି । କେତେ ପିଲା ଦ୍ୱିତୀୟ ରାଉଣ୍ଡ ରେ ଚୟନ ହୋଇଛନ୍ତି ।
ୟୁଜି ରେ ମୋଟ ସିଟ ସଂଖ୍ୟା 2 ଲକ୍ଷ 74 ହଜାର 365 ରହିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଆବେଦାନ କରିଛନ୍ତି 2 ଲକ୍ଷ 65 ହଜାର 590 । ଏପଟେ ଦ୍ୱିତୀୟ ରାଉଣ୍ଡ ମେରିଟ ଲିଷ୍ଟରେ 45 ହଜାର 502 ଜଣଙ୍କୁ ଚୟନ କରାଯାଇଥିବା ବେଳେ ସେଥିରେ ଛାତ୍ର ଅଛନ୍ତି 20 ହଜାର 468 ଓ ଛାତ୍ରୀ 25 ହଜାର 468 ଏହା ସମେତ ଟ୍ରଆନ୍ସଜେଣ୍ଡର 3 ଜଣ ରହିଛନ୍ତି । ଏହାରି ମଧ୍ୟରେ ବିଜ୍ଞାନରେ 17 ହଜାର 193 ପିଲାମାନଙ୍କୁ ଚୟନ କରାଯାଇଥିବା ବେଲେ କଳା ବିଭାଗରେ 23 ହଜାର 996 ବାଣିଜ୍ୟରେ 2 ହଜାର 757 ଶାସ୍ତ୍ରୀ ରେ 200, ସେଲ୍ଫ ଫାଇନାସିଂ ରେ 1309 ଓ ଆଇନ ବିଭାଗରେ 47 ଜଣଙ୍କୁ ଚୟନ କରାଯାଇଛି ।
ପ୍ରଥମ ମେରିଟ ଲିଷ୍ଟରେ ରେଭେନ୍ସା କଟ ଅଫରେ ଆଗରେ ରହିଥିବା ବେଳେ ଦ୍ୱିତୀୟ ମେରିଟ ଲିଷ୍ଟରେ ମଧ୍ୟ ରେଭେନ୍ସା ଆଗରେ ରହିଛି । କଳା ବିଭାଗରେ ରେଭେନ୍ସା ପାଲଟିକାଲ ସାଇନ୍ସରେ 91 ପ୍ରତିଶତ କଟ ଅଫ ଯାଇଥିବା ବେଳେ ବିଜ୍ଞାନରେ ଫିଜିକ୍ସରେ 92.80 ପ୍ରତିଶତ ଓ ଜ୍ୟୁଲୋଜି ରେ 92.20 ପ୍ରତିଶତ କଟ ଅଫ ମାର୍କ ଯାଇଛି । ଏପଟେ ବାଣିଜ୍ୟରେ 89.83 ପ୍ରତିଶତ କଟ ଅଫ ରହିଛି । ସେହିଭଳି ଭାବରେ ଶାସ୍ତ୍ରୀରେ ଶ୍ରୀଜଗନ୍ନାଥ ଭେଦ କଲେଜ 60 ପ୍ରତିଶତ କଟ ଅଫ ରହିଥିବା ବେଲେ ସେଲ୍ଫ ଫାଇନସାସିଂରେ ବିଜେବି କଲେଜ 87.50 ପ୍ରତିଶତ କଟ ଅଫ ମାର୍କ ରହିଛି । ଓ ଆଇନ ବିଭାଗରେ ଲ- କଲେଜ ଉତ୍କଳ ବିଶ୍ୱବିଦ୍ୟାକୟ 84.40 ପ୍ରତିଶତ କଟ ଅଫ ମାର୍କ ରହିଛି ।






