
ଭୁବନେଶ୍ୱର: ଶନିବାର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ ବିଜେଡି ପକ୍ଷରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଜେଡିର ତୃତୀୟ ପ୍ରାର୍ଥୀଭାବେ ଡ. ସନ୍ତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟଭାବେ ଡ. ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରାଯାଇଛି ।
ତେବେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରୋଷ ଝାଡ଼ିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ସେମାନେ ପ୍ରାର୍ଥୀ ହୋଇଥିଲେ ଭଲ ହୋଇଥାନ୍ତା । ଏହା ଏକପାଖିଆ ନିଷ୍ପତ୍ତି କହି ଶ୍ରୀ ବିଶ୍ୱାଳ ବର୍ଷିଛନ୍ତି ।
ସେ ଆହୁରି କହିଛନ୍ତି ସମସ୍ତେ ବସି ପ୍ରାର୍ଥୀ ସମ୍ପର୍କରେ ନିଷ୍ପତ୍ତି ନେଇନାହାନ୍ତି । ଏହାଛଡ଼ା ଶ୍ରୀ ବିଶ୍ୱାଳ ଦଳର ୪ ହଜାର କୋଟି ହଡ଼ପ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ୱୀକାର କରିଛି ।


