ପ୍ଲାଷ୍ଟିକ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା

କଟକ: ଚଳିତ ବର୍ଷ ପ୍ଲାଷ୍ଟିକ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଆୟୋଜିତ ହେବ ଏହି ମହାମେଳା। ବାଲିଯାତ୍ରା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଅନୁଦାନ ପ୍ରସ୍ତାବ ରହିଛି। ଓରମାସ୍ ପକ୍ଷରୁ ୫୦୦ଟି ଷ୍ଟଲ୍ ରେ ପ୍ରଦର୍ଶିତ ହେବ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ।

ଓଡ଼ିଶାର କାରିଗରଙ୍କ କଳା ଓ କୌଶଳକୁ ମିଳିବ ବଡ଼ ମଞ୍ଚ। ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆନ୍ତର୍ଜାତିକ ରୂପ ଦେବାକୁ ମଧ୍ୟ ରହିଛି ଯୋଜନା। ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଆସିବାର ଯୋଜନା ରହିଛି। ବାଲି ଓ ପ୍ରାଚୀନ କଳିଙ୍ଗ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଦର୍ଶାଇବା ପାଇଁ କଟକ-ଇନ୍ -କଟକ ପାଭିଲିୟନରେ ରହିବ ସ୍ୱତନ୍ତ୍ର ଆୟୋଜନ। କେବଳ ସେତିକି ନୁହେଁ, ଦର୍ଶକଙ୍କ ପାଇଁ ରହିବ ସ୍ୱତନ୍ତ୍ର ଡିଜିଟାଲ୍ ଇନ୍ ଫରମେସନ୍ ୱାଲ୍।

ଏହା ମାଧ୍ୟମରେ ବାଲି ଓ କଳିଙ୍ଗର ପ୍ରାଚୀନ ସମ୍ପର୍କ, ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ ଲୋକେ। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ପରିବେଶ ଅନୁକୂଳ ଓ ଐତିହ୍ୟସମ୍ପନ୍ନ କରିବାକୁ ରହିଛି ବ୍ୟାପକ ଯୋଜନା। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ବାଲିଯାତ୍ରାର ସୁପରିଚାଳନା ସହ ବିଭିନ୍ନ ଆୟୋଜନକୁ ନେଇ ହୋଇଛି ବିସ୍ତୃତ ଆଲୋଚନା।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି

    ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ମିଳିବ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପ୍ରୋତ୍ସାହନ ରାଶି ୬୪୧ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପାଇବେ ୬ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଭୁବନେଶ୍ୱର ୪ ନଭେମ୍ୱର ୨୦୨୬ ରାଜ୍ୟର ବିଭିନ୍ନ…

    Continue reading
    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ୩୦ରୁ ଅଧିକ ବିଦ୍ୟାଳୟର ୧୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ଅଂଶୀଦାରମାନେ ଏଥିରେ ନିୟୋଜିତ ହୋଇଛନ୍ତି ସୁନ୍ଦରଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭି.ଏ.ଏମ୍.ଏଲ୍ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ ସ୍କୁଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି