ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ

ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ। ରବିବାର ସକାଳ ୫ଟା ୫ରେ ଭୂକମ୍ପ ଅନୁଭୂତ ହୋଇଛି।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ବିଶାଖାପାଟଣାର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ବା ପ୍ରାଣହାନିର ଖବର ନାହିଁ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଆଜି ଭୋର୍ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ସମୁଦ୍ର ଗର୍ଭରେ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ବେଳେ ବଙ୍ଗୋପସାଗରର ପ୍ରୟ ୧୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା।
ସମୁଦ୍ର ଭିତରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି। ବିଶେଷ କରି ଓଡ଼ିଶାର ବ୍ରହ୍ମପୁରଠାରୁ ୨୮୨ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ପ୍ରାୟ ୩୬୭ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଏହି କେନ୍ଦ୍ରସ୍ଥଳୀ ରହିଥିଲା। ସେହିପରି ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୨୭ କିଲୋମିଟର ଏବଂ ରାଜମହେନ୍ଦ୍ରୀଠାରୁ ୨୭୫ କିଲୋମିଟର ଦୂର ସମୁଦ୍ର ଭିତରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।ସମୁଦ୍ର ଗର୍ଭରେ ଭୂକମ୍ପ ହେବା ପରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହର ବିଶାଖାପାଟଣାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶାଖାପାଟଣାର ଏମଭିପି କଲୋନୀ, ପେଦାୱାଲତେର, ଗାଜୁୱାକା, ୟେନ୍ଦାଡା ଏବଂ ଆରିଲୋଭା ଭଳି ଅଞ୍ଚଳରେ ଲୋକେ ମୃଦୁ ଝଟ୍କା ଅନୁଭୂତ କରିଥିଲେ। କିଛି ସେକେଣ୍ଡ ପାଇଁ ଘରର ଆସବାବପତ୍ର ହଲିଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।ତେବେ ଆଶ୍ଵସ୍ତିର କଥା ହେଉଛି, ଭୂକମ୍ପର ତୀବ୍ରତା ମଧ୍ୟମ ଶ୍ରେଣୀର ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ପ୍ରାଣହାନିର ଖବର ହସ୍ତଗତ ହୋଇନାହିଁ। ସେପଟେ ପ୍ରଶାସନ ଏବଂ ପାଣିପାଗ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ