ବଢ଼ିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ବିଜେପି ସରକାର ବୃଦ୍ଧି କରିଛନ୍ତି । ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ବର୍ଷେ ବୃଦ୍ଧି କରିଛନ୍ତି । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ନୂଆ ସରକାରଙ୍କ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଶ୍ରୀ ଆହୁଜା ସଫଳ ହୋଇଛନ୍ତି । ନିର୍ବାଚନବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ଶ୍ରୀ ଆହୁଜା ଏକ ବଡ଼ ଭୂମିକା ନିଭାଇଥିବା କୁହାଯାଉଛି । କ୍ୟାବିନେଟ ନିଯୁକ୍ତି କମିଟି ସିଏସଙ୍କ କାର୍ୟ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ମନୋଜ ଆହୁଜାଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଛି । ଆସନ୍ତା ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ଏହା ସହିତ ଜାନୁଆରୀ ୨୮ରୁ୨୯ ଉତ୍କର୍ସ ଓଡିଶା ସମ୍ମିଳନୀ ଅନୁଷ୍ଠିତ ହେବ । ଗତ ଜୁନ୍‌ ୩୦ରେ ଓଡ଼ିଶା ନୂଆ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ମନୋଜ ଆହୁଜା। ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର।ସେ କେନ୍ଦ୍ରରେ କୃଷି ମନ୍ତ୍ରାଳୟର ସଚିବ ଭାବେ କାମ କରିଛନ୍ତି । କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି । ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଥିଲା। ଏହାପରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ