ବାଲିଅନ୍ତା ବର୍ବରତା : ଗିରଫ ସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ଵର : ଭୁବନେଶ୍ବର ବାଲିଅନ୍ତା ବର୍ବରତା। GRP କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି। ଆହୁରି ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଘଟଣାସ୍ଥଳର ଆଖପାଖ ଗାଁ ଗୁଡ଼ିକୁ ଗିରଫଦାରୀ ଭୟ ଘାରିଛି। ପୁରୁଷମାନେ ଘର ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ଆଖପାଖ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି। ସେପଟେ ପୁଲିସ ଜୋରଦାର୍ ତନାଘନା ଚଳାଇଛି। ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଡିଜି ୱାଇ. ବି. ଖୁରାନିଆ କହିଛନ୍ତି।
ବେଣୁପୁର ଗାଁରେ ପୀଡିତାଙ୍କ ଘର । ସେ ଫୋନ୍ କରିବା ଯୋଗୁ ତାଙ୍କ ସମ୍ପର୍କୀୟଙ୍କ ସମେତ ଅନେକ ଗ୍ରାମବାସୀ ଘଟଣାସ୍ଥଳକୁ ମାଡି ଆସିଥିଲେ। ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିଲେ। ତେଣୁ ଗିରଫ ଭୟରେ ଗାଁର ଅନେକ ଘରୁ ପୁରୁଷମାନେ କେଉଁଆଡେ ଉଭାନ ହୋଇଯାଇଛନ୍ତି। ଘଟଣାସ୍ଥଳର ଅତି ନିକଟରେ ତିବା ବାଲି କାନ୍ତିଆ ଗାଁର ଅଧିକାଂଶ ଘରେ ପୁରୁଷ ଲୋକଙ୍କ ଦେଖା ମିଳୁନି। ସୌମ୍ୟରଞ୍ଜନଙ୍କ ସହ ଯାହା ଘଟିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ। ରାସ୍ତା ମଝିରେ ଅସଦାଚରଣ କରିବା ଅଭିଯୋଗକୁ ପରିବାର ଲୋକ ମିଛ ବୋଲି କହିଛନ୍ତି । ରାଜ୍ୟ ବାହାରେ ଦୁଇ ପୀଡିତା ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି। ଗତକାଲି କ୍ରାଇମ୍ ସ୍ପଟ୍ ରେ ପୋଲିସ DG ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ।

ସେପଟେ ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ପୁଲିସକୁ ଦାୟୀ କରି ରାସ୍ତା ଅବରୋଧ କରିଥିଲେ। ନ୍ୟାୟ ଦାବି କରିଥିଲେ। ଏହି ଘଟଣାରେ ୭ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ବେଳେ ପୁଲିସ ପ୍ରବଳ ଉତ୍ତେଜନାର ସାମ୍ନା କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୁଲିସ ବିଭିନ୍ନି ସ୍ଥାନରେ ଛାପା ମାରିଛି।

  • Related Posts

    ୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !

    ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ…

    Continue reading
    ନିଲମ୍ବନ ହେଲେ କୋରେଇ ବିଇଓ

    ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ