
ପୁରୀ: ନିଆଁର ଆଁରେ ଜଳୁଛି ଜଙ୍ଗଲ। ଗତକାଲି ରାତିରେ ପୁରୀରେ ତାଳବଣିଆ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ନିଆଁର ମାତ୍ରାଧିକ ପ୍ରକୋପ ଯୋଗୁଁ ଜଳିଯାଇଛି ଜଙ୍ଗଲ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଛି।
ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ବଡ କଥା ହେଉଛି ତାଳବଣିଆ ଜଙ୍ଗଲ ହେଉଛି ବନ୍ୟପ୍ରାଣୀ ହରିଣମାନଙ୍କର ଚରାଭୂଇଁ। ସେଠାରେ ସେମାନେ ପାଣି ପିଇବାକୁ ଆସି ବିଚରଣ କରନ୍ତି। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ସେମାନଙ୍କର ପ୍ରାଣହାନି ହେବାର ଯଥେଷ୍ଟ ଆଶଙ୍କା ରହିଛି।


