ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ

ଭୁବନେଶ୍ୱର:ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ କି ? ଜୋର ଧରିଛି ବିଜେଡି ଏବଂ କଂଗ୍ରେସ ମେଣ୍ଟ ଚର୍ଚ୍ଚା । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ କି ? ଯଦି ଉଭୟ ବିରୋଧୀ ଦଳ ଭିତରେ ମେଣ୍ଟ ହୁଏ, ତେବେ ଶାସକ ବିଜେପି ଉପରେ କେତେ ପ୍ରଭାବ ପଡ଼ିବ ?

ବିଜେଡି-କଂଗ୍ରେସ ମେଣ୍ଟ ନେଇ ସୋମବାର ପିିସିସି ସଭାପତି ଭକ୍ତଚରଣ ଦାସ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦଳୀୟ ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରେ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହେଲେ ଉଭୟ ଦଳ ମେଣ୍ଡ କରିପାରୁ । ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ ପିସିସି ସଭାପତି ଭକ୍ତଚରଣ ଦାସ ଏହା କହିଛନ୍ତି ।

୨୦୦୦ ମସିହାରେ କଂଗ୍ରେସ ଏବଂ ଜନତା ଦଳର ବିକଳ୍ପ ଭାବେ ଜନ୍ମ ନେଇଥିଲା ‘ବିଜୁ ଜନତା ଦଳ’। ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ବିଜୁ ଅନୁଗତଙ୍କୁ ନେଇ ବିଜେଡିର ସୃଷ୍ଟି ହୋଇଥିଲା । ୨୦୦୦ ମସିହାରୁ ୨୦୨୪ ମସିହା ପର୍ୟ୍ୟନ୍ତ ଶାସନ କ୍ଷମତାରେ ରହିଥିଲା ବିଜୁ ଜନତା ଦଳ । ଯଦିଓ ୯ ବର୍ଷ ବିଜେପି-ବିଜେଡିର ମିଳିତ ସରକାର ଥିଲା, ତେବେ ୨୦୦୯ ମସିହା ପରଠୁ ଏନଡିଏରୁ ନୀତିଗତ ଭାବେ ଦୂରେଇ ରହିଲେ ବିଜେଡି ସଭାପତି ନବୀନ । ଆନୁଷ୍ଠାନିକ ଭାବରେ ମେଣ୍ଟରେ ରହିଲେ ନଥିଲେ ମଧ୍ୟ ପରୋକ୍ଷରେ କେନ୍ଦ୍ରରେ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ସବୁ କ୍ଷେତ୍ରରେ ସମର୍ଥନ ଦେଉଥିଲେ ନବୀନ । ।
୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ନବୀନ ଏବେ ପ୍ରଥମଥର ପାଇଁ ବିଜେପି ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଯାଇ ନବୀନ, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଥିଲେ । ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାଶ । ବିଜେଡିର ମିଳିତ ପ୍ରାର୍ଥୀ ଡାକ୍ତର ହୋତାଙ୍କୁ ସମର୍ଥନ କରିଥିଲା କଂଗ୍ରେସ । କିନ୍ତୁ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ଉଭୟ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଦିଲ୍ଲୀପକୁ ଜିତାଇ ଥିଲେ । ଫଳରେ ଏବେ ନବୀନ ଏବଂ ଭକ୍ତଙ୍କ ଆକ୍ରୋଶ ଆହୁରି ବଢିଯାଇଛି । ଉଭୟଙ୍କ ଲକ୍ଷ୍ୟ କଳେ ବଳେ, କୌଶଳେ ଭାରତୀୟ ଜନତା ପାର୍ଟି ସରକାରକୁ ଚେକ୍ ଦେବା । କ୍ଷମତା ହାତରୁ ଯିବା ପରେ ନବୀନ, ବିଜେପିକୁ କାଉଣ୍ଟର କରିବାକୁ ଚଳଚଞ୍ଚଳ ମନୋଭାବ ଦେଖିବାକୁ ମିଳୁଛି । ସେହିପରି ଜାତୀୟ ସ୍ତରରେ କଂଗ୍ରେସର ଏକମାତ୍ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ମାତ୍ ଦେବାକୁ ଭକ୍ତ ମଧ୍ୟ ବିଜେଡି ସହ ହାତ ମିଶାଇବା ପାଇଁ ଆଗ୍ରହି ଥିବା ଚର୍ଚ୍ଚା ହେଉଛି ।

  • Related Posts

    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading
    ମହିଳା ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା : ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଗ୍ୟାରେଣ୍ଟି ମିଳିଥାନ୍ତା । ୨୦୨୩ରେ ନିର୍ବାଚନ ପାଇଁ ବିରୋଧୀ ଏହାକୁ ସମର୍ଥନ କରିଥିଲେ । ଏବେ ଏହି ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର