ବିଜେଡି-କଂଗ୍ରେସ ମେଣ୍ଟ !

ଭୁବନେଶ୍ୱର : ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିପାରନ୍ତି । ଏହି ମେଣ୍ଟ ସମ୍ଭାବନା ସମ୍ପର୍କରେ ଉଭୟ ଦଳର ଟୀକା ଟିପ୍ପଣୀ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ରାଜ୍ୟସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଏବଂ କଂଗ୍ରେସ ହାତ ମିଳାଇଥିଲେ । ବିଜେପି ଆଗରେ ହାର୍ ମାନିଥିଲେ ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି । ମେଣ୍ଟ ହିଁ ଏକମାତ୍ର ଉତ୍ତର ହୋଇଥିବାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଗତକାଲି ଏକ ବୟାନ ଏହି ଚର୍ଚା ଆଗକୁ ବଢ଼ାଇଛି । ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ସମ୍ଭାବନାର ଆକଳନ କରି ଉଭୟ ଦଳର ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହାକୁ ଅସ୍ୱୀକାର କରି ନ ଥିଲେ । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି ଯଦି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ । ତେବେ ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାର୍ଥ ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।
ଭକ୍ତ ଓ ଦେବୀଙ୍କର ବୟାନରୁ ଉଭୟ ଦଳର ମେଣ୍ଟ ସମ୍ଭାବନା ବାରିହେଉଛି । ରାଜ୍ୟସଭା ନିର୍ବାଚନରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ୍ ପ୍ରାର୍ଥୀ କରି ବିଜେପି ଓ କଂଗ୍ରେସର ସମର୍ଥନ ଲୋଡ଼ିଥିଲେ । କଂଗ୍ରେସ ତାହାକୁ ଅବିଳମ୍ବେ ଗ୍ରହଣ କରିଥିଲା ବେଳେ ବିଜେପି ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା କରାଇଥିଲା । ପ୍ରଥମ ଥର ପାଇଁ ବିଜେଡି ଓ କଂଗ୍ରେସ ଏକାଠି ହୋଇ ଜୋରଦାର ଲଢ଼େଇ କରିଥିଲେ । ସେତେବେଳେ କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ସମ୍ଭାବନା ନେଇ ସାମ୍ବାଦିକମାନେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ନବୀନ ଗୋଟିଏ ବାକ୍ୟରେ ଏହାର ଉତ୍ତର ଦେଇଥିଲେ । ଭବିଷ୍ୟତ କହିବ ଇତିହାସର କଥା ବୋଲି ସେ କହିଥିଲେ । ସୁତରାଂ ମେଣ୍ଟ ସମ୍ଭାବନାକୁ ନବୀନ ସେତେବେଳେ ଅସ୍ୱୀକାର କରି ନ ଥିଲେ ।
ପରବର୍ତ୍ତୀ ବିଭିନ୍ନ ଘଟଣାବଳୀରେ ବିଜେଡି ଏବଂ କଂଗ୍ରେସ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ଚାଷୀ ସମସ୍ୟାଠାରୁ ଆରମ୍ଭ କରି ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଉଭୟ ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଏକାଠି ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଭିତରେ ଓ ବାହାରେ ଆନେ୍ଦାଳନ ହୋଇଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଆମେରିକା ଏଜେଣ୍ଟ କହିଥିବା ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ କଂଗ୍ରେସ କଠୋର ସମାଲୋଚନା କରି ବିଜେଡି ସାଥୀରେ ଛିଡ଼ା ହୋଇଥିଲା । ତେଣୁ ଉଭୟ ଦଳ ମଧ୍ୟରେ କିଛି ନୂଆ ସମୀକରଣ ଘଟିବାକୁ ଯାଉଛି ବୋଲି ବିଶ୍ୱାସ ଦୃଢ଼ ହେବା ସ୍ୱାଭାବିକ ।
ମେଣ୍ଟକୁ ନେଇ ଭକ୍ତ ଦାସଙ୍କ ବୟାନ ଏବଂ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଏଭଳି ସମୟରେ ଆସିଛି ଯେତେବେଳେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି । ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ଥିବାରୁ ସେ ଦେଖିବାକୁ ଯାଇଛନ୍ତି । ତେବେ ନବୀନଙ୍କର ଏହି ଗସ୍ତକାଳରେ କିଛି ରାଜନୈତିକ ଚର୍ଚ୍ଚା ଆଲୋଚନା ଯେ ହେଉ ନ ଥିବ ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ହୋଇପାରେ, ଦିଲ୍ଲୀରୁ କିଛି ସଙ୍କେତ ପାଇଥିବା ଭକ୍ତ ଦାସ ଉତ୍ସାହବଶତଃ ମିଡିଆକୁ କିଛି କହିଦେଇଛନ୍ତି । ସମାନ ଭାବେ, ଦେବୀ ମିଶ୍ରଙ୍କ ପାଖରେ ବି କିଛି ସୂଚନା ଥାଇପାରେ ।
ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବିଜେଡି ଓ କଂଗ୍ରେସ ମେଣ୍ଟର ଆବଶ୍ୟକତା ଥିବା ବେଶ୍ ଆଲୋଚନା ହେଉଥିଲେ ମଧ୍ୟ ଏହାର ବାସ୍ତବତାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସନ୍ଦିହାନ ଅଛନ୍ତି । ରାଜ୍ୟସଭା ନିର୍ବାଚନରେ ସାମୟିକ ଭାବେ ବିଜେପି ଓ ବିଜେଡି ମଧ୍ୟରେ ଭୁଲ୍ ବୁଝାମଣା ହୋଇଛି ସତ ହେଲେ ଏହା ଦୀର୍ଘସ୍ଥାୟୀ ନୁହେଁ ବୋଲି ସେମାନେ ମନେ କରୁଛନ୍ତି । କାରଣ, ଚର୍ଚ୍ଚା ଆରମ୍ଭରୁ ହିଁ ସଂତୃପ୍ତ ମିଶ୍ର ତାଙ୍କ ପ୍ରତିକ୍ରିୟାରେ ଏହା ଜଣାଇ ସାରିଛନ୍ତି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସହ ବୁଝାମଣା ସାମୟିକ ବୋଲି ସେ କହିଥିଲେ ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ନବୀନ ପଟ୍ଟନାୟକଙ୍କର ସମ୍ପର୍କରେ ସେଭଳି ତିକ୍ତତା ନାହିଁ । କିଛି ବାଧ୍ୟବାଧକତା କାରଣରୁ କଂଗ୍ରେସ ହାତ ଧରି ବିଜେପି ନେତୃତ୍ୱଙ୍କୁ ସେ ଅସନ୍ତୁଷ୍ଟ କରିବାକୁ ଚାହିଁ ନ ପାରନ୍ତି । ଅନ୍ୟପକ୍ଷରେ ବିଜେଡି ପାଖରେ ସରକାର କି ସଂଖ୍ୟା ନ ଥିଲେ ମଧ୍ୟ ନବୀନ ଫ୍ୟାକ୍ଟର ବିଜେପି ପାଇଁ ଗୁରୁତ୍ୱ ବହନ କରୁଛି । ତେଣୁ ନବୀନଙ୍କ ହାତ ଛାଡ଼ିବାକୁ ବି ନେତୃତ୍ୱ ଚାହିଁ ନ ପାରନ୍ତି । ତେବେ ରାଜନୀତିରେ କିଛି ଅସମ୍ଭବ ହୋଇ ନ ଥିବାରୁ ଏବେଠାରୁ ସିଦ୍ଧାନ୍ତରେ ଉପନୀତ ହୋଇପାରିବ ନାହିଁ । ବିଜେଡି ସହିତ ମେଣ୍ଟ କରିବାକୁ କଂଗ୍ରେସ ଆଗ୍ରହୀ ଥିବାରୁ ନବୀନ ବାବୁଙ୍କ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା ରହିଛି । Samar Pradhan

  • Related Posts

    ବାଚସ୍ପତିଙ୍କୁ କାର୍ଯ୍ୟକ୍ରମରେ ଧକ୍କା ମରାଯିବା ତାଙ୍କ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି : ବିଜେଡି

    ଭୁବନେଶ୍ୱର, ୨୩/୦୪/୨୦୨୬: ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ, ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ବାରମ୍ୱାର ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ…

    Continue reading
    ମହିଳା ସଂରକ୍ଷଣ ପ୍ରସଙ୍ଗ ୨୪ ଓ ୨୫ରେ ରାଜ୍ୟରେ ମହିଳା ଆକ୍ରୋଶ ସମ୍ମିଳନୀ:ବିଜେପି

     ରାଜ୍ୟର ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ ହେବେ  ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ  ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ବିଶାଳ “ଜନ ଆକ୍ରୋଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର