ବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ କୁପୋଷଣର ଶିକାର: ବିଜେଡି

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା କୋଟିଏ ହସ ପରିକଳ୍ପନା କେବଳ ଏକ ଆଭାସୀ ଉତ୍ସବ ଓ ଫଟୋ ସେସନ୍ର ପ୍ରୟାସ । ବିଜେପି ସରକାରରେ ରାଜ୍ୟରେ ଅଙ୍ଗନବାଡି ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଶିଶୁମାନେ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଥିବା କହିଛି ବିଜେଡି ।
ଏକ ପ୍ରେସ ବିବୃତି ମାଧ୍ୟମରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ବାସ୍ତବରେ ଓଡ଼ିଶାର ଲକ୍ଷ ଲକ୍ଷ ଶିଶୁ ଆଜି କୁପୋଷଣର ଶିକାର । ବିଜେପି ସରକାରର ଗତ ୨୮ ମାସର ଶାସନ କାଳରେ ଶିଶୁ କଲ୍ୟାଣ କ୍ଷେତ୍ରରେ ଯେଉଁ ବିଫଳତା ଦେଖାଯାଇଛି, ତାହା ଉପରେ ଆଖି ବୁଜି ଦେଇ କେବଳ ହସର କଥା କହିବା ଶିଶୁଙ୍କ ପ୍ରତି ଅନ୍ୟାୟ । ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେର ସବିଶେଷ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ତୀବ୍ର କୁପୋଷଣ ହାର ବଢ଼ିଛି । ଏହା ଜାତୀୟ ହାର ଠାରୁ ଅଧିକ । କମ୍ ଓଜନ ଥିବା ଶିଶୁଙ୍କ ହାର ମଧ୍ୟ ବଢ଼ିଛି । ରାୟଗଡା, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଭଳି ଜିଲ୍ଲାରେ ପରିସ୍ଥିତି ଗୁରୁତର ରହିଛି । ହଜାର ହଜାର ଶିଶୁ ଆଜି ମଧ୍ୟ ଗମ୍ଭୀର କୁପୋଷଣ ଶିକାର । ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ମାପ ଓ ନିରୀକ୍ଷଣରେ ବ୍ୟାପକ ଅସମାନତା ରହିଛି । ଅନେକ ଅଙ୍ଗନବାଡ଼ିରେ ଆବଶ୍ୟକ ସୁବିଧା, ପ୍ରଶିକ୍ଷିତ କର୍ମୀ ଓ ନିରବଚ୍ଛିନ୍ନ ସେବାର ଅଭାବ ରହିଛି ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ ଯେ, ଏହି ପରିସ୍ଥିତିରେ କେବଳ ଉତ୍ସବ ପାଳନ କରି କିଟ୍ ବଣ୍ଟନ କରିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ । ଶିଶୁଙ୍କ ପ୍ରକୃତ ହସ ସେତେବେଳେ ଆସିବ, ଯେତେବେଳେ ସେମାନେ ପର୍ଯ୍ୟାପ୍ତ ପୋଷଣ, ପ୍ରାରମ୍ଭିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବେ । ବିଜେପି ସରକାର ଏହି ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ନୂଆ ନୂଆ ଯୋଜନାର ଘୋଷଣା ହେଉଛି, ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ସରକାର କୁପୋଷଣ ରୋକିବା ପାଇଁ ତୁରନ୍ତ ବ୍ୟାପକ ଓ ଫଳପ୍ରଦ ପଦକ୍ଷେପ ନିଅନ୍ତୁ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ନିରୀକ୍ଷଣ ଓ ପାରଦର୍ଶିତା ନିଶ୍ଚିତ କରାଯାଉ । ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ । ରାଜନୈତିକ ଉତ୍ସବ ନ କରି, ବାସ୍ତବ କାର୍ଯ୍ୟ କରାଯାଉ । ଶିଶୁମାନେ ଆମ ରାଜ୍ୟ ଓ ଦେଶର ଭବିଷ୍ୟତ । ସେମାନଙ୍କ ହସକୁ ସୁରକ୍ଷିତ କରିବା ପାଇଁ କେବଳ କଥା ନୁହେଁ, କାର୍ଯ୍ୟ ଆବଶ୍ୟକ । ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ରହିଛି ଏବଂ ସରକାରଙ୍କ ବିଫଳତା ବିରୁଦ୍ଧରେ ଲଗାତାର ସ୍ୱର ଉଠାଇବ ।

  • Related Posts

    ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସାମିଲ ହେଲେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକ

    ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଯୋଗ ଦେଇଛନ୍ତି। ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀ…

    Continue reading
    ଭୋଗରାଇ ଗସ୍ତରେ ସୁଜାତା ରାଉତ

    ଭୋଗରାଇ ଗସ୍ତରେ ସୁଜାତା ରାଉତ। ସକାଳୁ ସକାଳୁ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସୁଜାତା। ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !