ବିଜେପି ସରକାର ଚଳେଇ ପାରୁନାହିଁ: ଭୃଗୁ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜୁ ଜନତା ଦଳ ତରଫରୁ ସରକାର ଓ ସରକାରୀ ଦଳର ବିଫଳତା ପଦାରେ ପଡିଲା ବୋଲି କୁହାଯାଇଛି। ବିଜୁ ଜନତା ଦଳର ମୁଖପାତ୍ର  ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ମୁଖ୍ୟ ସାଶନ ସଚିବଙ୍କ ଚିଠି ସ୍ପଷ୍ଟ କରୁଛି ଯେ ବଡ଼ ବଡ଼ କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର ଚଳେଇ ପାରୁନାହିଁ।

ଶ୍ରୀ ବକ୍ସିପାତ୍ର କହିଥିଲେ, ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠି ବୋଧହୁଏ ଇତିହାସରେ ପ୍ରଥମ। ସରକାରୀ କର୍ମଚାରୀ ମାନେ ନିଜ ପସନ୍ଦର ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ ନକରିବା ଲାଗି ଚେଷ୍ଟା ନକରିବା ପାଇଁ ଚେତାବନୀ ଦେଉଥିବା ଏହି ଚିଠି ସ୍ପଷ୍ଟ କରୁଛି ଯେ ସରକାରୀ କର୍ମଚାରୀ ମାନେ ପସନ୍ଦ ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ କରୁଛନ୍ତି, ଯାହା ଦୁର୍ନୀତିର ସ୍ପଷ୍ଟ ଗନ୍ଧ ବାରି ହେଉଛି। ଏଠାରେ ପ୍ରଶ୍ନ ଉଠେ, ଏହି ବାହ୍ୟ ଚାପଟା କ’ଣ ଓ କେଉଁଠୁ ଆସୁଛି, ତାହା ସ୍ପଷ୍ଟ ହେବା ଦରକାର। ଏ କିଭଳି ଏକ ଚାପ ଯାହା ସରକାରଙ୍କୁ ଅଡୁଆରେ ପକାଉଛି ଓ ସରକାର ଏହାକୁ ପ୍ରତିହତ କରିପାରୁ ନାହାନ୍ତି। ସେ କହିଥିଲେ, ରୁଲ ୨୩ ଅଫ ସର୍ଭିସ୍‌ କଣ୍ଡକ୍ଟ ରୁଲ୍‌ର ଏହା ବ୍ୟତିକ୍ରମ ବୋଲି ଦର୍ଶାଯିବା ସହ ଏହି ନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। କିନ୍ତୁ ଆମର ପ୍ରଶ୍ନ ହେଉଛି, ଯଦି ଏଭଳି ନିୟମ ଉଲ୍ଲଙ୍ଘନ ହେଇଛି, ତାହେଲେ କେବଳ ଚେତାବନୀ କାହିଁକି, କାର୍ୟ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି?
ସରକାରୀ ଦଳର ଜଣେ ବରିଷ୍ଠ ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜନେତା ମାନେ ନିଜ ପସନ୍ଦର ଅଫିସର ମାନଙ୍କ ପୋଷ୍ଟିଙ୍ଗ ଚାହିଁଥାନ୍ତି। କେଉଁଠି ନା କେଉଁଠି ସରକାରୀ ଦଳର ଭୂମିକା ଏହି ଚିଠି ସହିତ ଜଡିତ ହୋଇଥିବା ବେଳେ, ସରକାରଙ୍କ ଅସହାୟତା ସ୍ପଷ୍ଟ ଦିଶୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

  • Related Posts

    ଆସନ୍ତାକାଲି ବନ୍ଦ : ଜାଣନ୍ତୁ କ’ଣ ବନ୍ଦ ରହିବ ? କ’ଣ ଖୋଲା ରହିବ ?

    ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ…

    Continue reading
    ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ

    ପ୍ରଧାନମନ୍ତ୍ରୀଙ୍କ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ • ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ