ବିଦ୍ୟାଳୟ ସମ୍ମୁଖରେ ବିପଦ ସାଜିଛି ୬ଟି ଶୁଖିଲା ଗଛ

ଦେବଗଡ଼:ବିଦ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶୁଖିଲା ଗଛ।ବିପଦକୁ ମୁଣ୍ଡାଇ ନିଜ ଜୀବନ ବାଜି ଲଗାଇ ଜନସାଧାରଣ ସମେତ ଛାତ୍ରଛାତ୍ରୀ ଉକ୍ତ ରସ୍ତା ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ। ବିଦ୍ୟାଳୟ କର୍ତ୍ତୁପକ୍ଷ ପକ୍ଷରୁ ଉକ୍ତ ଶୁଖିଲା ଗଛକୁ କାଟିବା ପାଇଁ ବନବିଭାଗକୁ ବାରମ୍ବାର ଚିଠି ମାଧ୍ୟମରେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୧୯୮୯ ମସିହାରେ ତିଲେଇବଣି ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିଥିବା ବେଳେ ବିଦ୍ୟାଳୟ ସମ୍ମୁଖ ପାଚେରୀ କୁ ଲାଗି ରହିଥିବା ବିପଦସଂଙ୍କୁଳ ଅବସ୍ଥାରେ ଶୁଖିଲା ଶାଳ ଗଛ ରହିଛି ।ଯାହାଫଳରେ ଉକ୍ତ ରାସ୍ତା ଦେଇ ମୁଖ୍ୟ ରାସ୍ତା ଦେଇ ଯାଉଥିବା ପଥଚାରୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।ଏହି ରାସ୍ତା ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଡାକ୍ତରଖାନା ,ସାପ୍ତାହିକ ବଜାର ତଥା ଜାତୀୟ ରାଜପଥର ସର୍ଭିସ ରୋଡ ହୋଇଥିବାରୁ ସବୁ ସମୟରେ ଭିଡ ଲାଗିରହିଥାଏ। ଅନ୍ୟପଟେ ବିପଦପୂର୍ଣ୍ଣ ୬ଟି ଶୁଖିଲା ଶାଳ ଗଛକୁ ହଟାଇବା ପାଇଁ ଗତ ୨୦୨୩ ରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ବନ ବିଭାଗକୁ ବାରମ୍ବାର ପତ୍ରାଳାପ କଲା ପରେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ‌ାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁରଙ୍କୁ ଯୋଗାଯୋଗ କରିବାରୁ ଏନେଇ ବିପଦପୂର୍ଣ୍ଣ ଗଛକୁ କାଟିବା ପାଇଁ ବନବିଭାଗକୁ ପତ୍ର ମାଧ୍ୟମରେ ଜଣାଇବା ସହ ଏ ବ‌ାବଦରେ ମଧ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ଦେଇଛନ୍ତି।ତେବେ କେବ‌େ ବିପଦସଂଙ୍କୁଳ ଶୁଖିଲା ଗଛକୁ କଟା ଯିବ ଦିଗରେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ତାହା ଦେଖିବାର ଅଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ