ବିଧାନସଭା: ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରାଯାଇଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ କାର୍ୟ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରାଯାଇଛି। କଂଗ୍ରେସ ଦଳ ବନ୍ଧୁମାନେ ଆଲୋଚନାକୁ ଆଗେଇ ଆସିବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି। ବିଜେଡି ବି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି ? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ। ଯେ ପର୍ୟ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଉ ନାହାନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ୍ ଉପସ୍ଥାପନା କରିଛନ୍ତି। ନାରୀ ଶକ୍ତି ବନ୍ଧନର ଆବଶ୍ୟତ ଅଛି। ବିରୋଧୀ ଏଥିରେ ବ୍ରେକ୍ ଲଗାଇଛନ୍ତି ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ମତେ ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ। ସିଟ୍ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ବୋଲି ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି।

  • Related Posts

    ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ

    ଭୁବନେଶ୍ୱର, ୩୦/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି। ଶିକ୍ଷା ଓ…

    Continue reading
    ମେ’୨ରେ ମାଟ୍ରିକ ରେଜଲ୍ଟ

    ଆସନ୍ତା ମେ’ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋଡର଼୍ ଅଫ ସେକେଣ୍ଡାରୀ ଏଡ଼ୁକେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଷ୍ଟେଟ ଓପନ ସ୍କୁଲ୍‌ ଓ ମଧ୍ୟମା ଫଳ ବି ସେହିଦିନ ପ୍ରକାଶ ପାଇବ । ମେ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା