ବିପଦ ସାଜିଛି ଗଇଲୋ ଘାଟି

ଦେବଗଡ଼:ଗମନାଗମନ ପାଇଁ ବିପଦସାଜିଛି ଗଇଲୋ ଘାଟି ପାହାଡି ରାସ୍ତା।ତିଲେଇବଣି ବ୍ଲକର ଜାତୀୟ ରାଜପଥ କୈଳାସ ଛକରୁ ୬ଟି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଗମନାଗମନ ପାଇଁ ବିପଦସାଜିଛି ଗଇଲୋ ଘାଟି ଅଣ ଓସାରିଆ ଘାଟି ରାସ୍ତା ହୋଇଥିବା ଏହି ରାସ୍ତା ରେ ଯାତ୍ରୀବାହୀ ଗାଡି ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିଲେଇବଣି ବ୍ଲକର ଲଇମୁରା, ଝାରମୁଣ୍ଡା,ପାରପୋଷି,ଝରାଗୋଗୁଆ, ଗଣ୍ଡମ ଓ ଡିମିରିକୁଦା ପଞ୍ଚାୟତବାସୀ ଉକ୍ତ ରାସ୍ତା ଦେଇ ଯିବା ଆସିବା କରନ୍ତି। ଅଣଓସାରିଆ ପାହାଡିଆରେ ଗମନାଗମନ ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଉକ୍ତ ପଂଚାୟତବାସୀ। ଏହି ଘାଟିର ରାସ୍ତାର ବିଭିନ୍ନ ସ୍ଥାନରେ ବିପଦସଂଙ୍କୁଳ ବାଙ୍କ ବା ବୁଲାଣି ଥିବାବେଳେ ଏହି ଦୁର୍ଘଟଣାପରେ ବିଭିନ୍ନ ସ୍ଥାନରେ ଦିଆଯାଇଛି ସତର୍କସୂଚନା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେଉଁ ସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ସେହି ସ୍ଥାନରେ ଓ ବାକି କିଛି ସ୍ଥାନରେ ସାଇଡଓ୍ୱାଲ ଦିଆଯାଇଥିବାବେଳେ ଅନ୍ୟ କେତେକ ବିପଦସଂଙ୍କୁଳ ସ୍ଥାନ ବିପଦସଂଙ୍କୁଳ ଅବସ୍ଥାରେ ରହିଛି।ଏହାସହିତ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ଘଟି ବହୁ ଲୋକ ଆହତ ହେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୬ରେ ଏପ୍ରିଲ ମାସ ୧୭ ତାରିଖ ଦିନ ସଂଧ୍ୟାରେ ଯାତ୍ରା କଳାକାରକୁ ନେଇ ଯାଉଥିବା ଏକ ବସ ଉକ୍ତ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଘାଟ ତଳକୁ ଖସିପଡିଥିଲା। ଏଥିରେ ୨୭ଜଣଙ୍କ କଳାକାରଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘାଟି ରାସ୍ତାର ମରାମତି କରିବା ସହିତ ବାଙ୍କ ଗୁଡିକ କାଟି ଚରଡା ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରି ଆସୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯ‌ାଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେ‌ାଇଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ