ଭୁବନେଶ୍ବର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା ସାମଗ୍ରୀ ଜବତ ହେଉଛି। କିଛିଦିନ ବ୍ୟବଧାନରେ ପୁଣି ମାରିଜୁଆନା ଜବତ ଘଟଣା ସାମ୍ନାକୁ ଆସିଛି।

ମଙ୍ଗଳବାର ଭୁବନେଶ୍ୱର ଏୟାରପୋର୍ଟରେ ଦୁଇ ଯାତ୍ରୀଙ୍କ ଠାରୁ ୧୧ କେଜିର ମାରିଜୁଆନା ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଓଡ଼ିଶାର ଦିଲୀପ ଓ ପଶ୍ଚିମବଙ୍ଗର ଇର୍‌ଫାନ୍‌ ଖାନ୍‌। କଷ୍ଟମ୍ସ ଟିମ୍ ସହ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଭୁବନେଶ୍ୱର ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ନିଶା କାରବାର କରିଥିବା ଜଣାପଡ଼ିଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି। ଏହି ମାରିଜୁଆନା ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତା ବୋଲି DRI ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି। DRI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିଥିବା ଏକ ବିମାନ ଭୋର୍ ପ୍ରାୟ ସାଢ଼େ ୫ଟାରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ପୂର୍ବରୁ ସୂଚନା ପାଇ ଡିଆର୍‌ଆଇ ଟିମ୍ ୨ଜଣ ଯୁବକଙ୍କୁ କାବୁ କରିଥିଲା। ଏହା ପରେ ଉଭୟଙ୍କ ଲଗେଜ୍ ବ୍ୟାଗ୍ ସ୍କାନ୍ କରିବା ପରେ ସେଥିରେ ନିଶାସାମଗ୍ରୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତଦ୍ଵୟ ଚକୋଲେଟ୍ ବକ୍ସ ଓ ଚିପ୍ସ ପ୍ୟାକେଟରେ ଗୁଡ଼ାଇ ମାରିଜୁଆନା ଆଣିଥିଲେ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ