ଭୁବନେଶ୍ୱରରେ ଲକ୍ଷ୍ନୌର ସିବିଆଇ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଲକ୍ଷ୍ନୌର ସିବିଆଇ ଟିମ୍। ୱାପକସ୍ ଅଫିସରେ ଚାଲିଛି ଖୋଳତାଡ଼। ଲାଞ୍ଚ ନେଇ ଅନୈତିକ ଭାବେ ଟେଣ୍ଡର ଦେବ ଅଭିଯୋଗରେ କେନ୍ଦ୍ର ସରକାରଙ୍କ ଜଳ ଓ ବିଦ୍ୟୁତ ପରାମର୍ଶ ସେବା କାର୍ୟ୍ୟାଳୟ(ୱାପକସ୍)ର ଭୁବନେଶ୍ବର ଜୟଦେବିବହାର ସ୍ଥିତ କାର୍ୟ୍ୟାଳୟରେ ପଶିଛି ଲକ୍ଷ୍ନୌର ସିବିଆଇ ଦଳ। ଉକ୍ତ କମ୍ପାନୀର ୩ ଅଧିକାରୀଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ପ୍ରକଳ୍ପ ପରିଚାଳିକ ପଙ୍କଜ ଦୁବେ, ଦୁଇ ଅଧିକାରୀ ଭବଦ୍ୟୁତି ଭୂତିଆ, ଅଭିଷେକ ଠାକୁର, ମେସେସ୍ ଏକାନା ଏଣ୍ଟରପ୍ରାଇଜେସର ମାଲିକ ବବୁଲ ସିଂ ଯାଦବ, ମଧ୍ୟସ୍ଥ ପଙ୍କଜଙ୍କ ଭାଇ ପବନ ଦୁବେ, ରାମେଶ୍ବର ଚର୍ତ୍ତୁବେଦୀ, ଗୋପାଲ ମିଶ୍ର ଓ ରାହୁଲ ବର୍ମା।

ସୂଚନା ଥାଉକି, ୱାଟର ଆଣ୍ଡ ପାୱାର କନସଲଟାନସି ସର୍ଭିସ ବା ୱାପକୋସ୍ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିଛି। କୌଣସି ପ୍ରକଳ୍ପ ନେଇ ଟେଣ୍ଡର ପ୍ରକାଶ ପାଇବା ପରେ ଏହାର ସମସ୍ତ କାଗଜପତ୍ର ପଙ୍କଜ ଦୁବେ, ଗୋପାଳଙ୍କୁ ଦେବା ସହିତ ସମ୍ପୃକ୍ତ ଠିକାଦାର କିଭଳି କାମ ପାଇବେ ସେନେଇ ଟେଣ୍ଡର ପେପର ଦାଖଲ କରିଥିଲେ । ଯେଉଁଥିପାଇଁ ଟେଣ୍ଡର ଭାଲ୍ୟୁର ୪ରୁ ୬ ପ୍ରତିଶତ ପଙ୍କଜ ଓ ଦଲାଲ ଗୋପାଳ ନେଇଥିଲେ । ସେହିଭଳି ବବୁଲ ସିଂ ଠାରୁ ଆରମ୍ଭ କରି ଅନ୍ୟମାନେ ମଧ୍ୟ ଟେଣ୍ଡର ଫିକ୍ସିଂରେ ସାମିଲ ଥିବା ତଥ୍ୟ ପ୍ରମାଣ ପାଇଛି ସିବିଆଇ । ଏନେଇ ଜଣାପଡ଼ିବା ପରେ ଭୁବନେଶ୍ବର ୱାପକୋସ୍ ଅଫିସ, ରାୟଗଡା, ଲକ୍ଷ୍ନୌ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ