ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ୍

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ତୃତୀୟ ଦିବସ। ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଛି ତିନି ରଥ । ରଥାରୂଢ଼ ଦିଅଁଙ୍କୁ ଦେଖିବାକୁ ରଥ ସମ୍ମୁଖରେ ଜମୁଛି ଭକ୍ତଙ୍କ ଭିଡ଼ । ଭିଡ଼କୁ ନିୟନ୍ତ୍ରଣ କରିବାରେ ସୁରକ୍ଷା ବ୍ୟବସ୍ଥା ଏକପ୍ରକାର ବିଫଳ ହୋଇଛି । କେଉଁ ଭକ୍ତ କେଉଁ ଆଡୁ ଆସୁଛି ଏବଂ କେଉଁ ଆଡ଼େ ଯାଉଛି ଏହାର ଠିକଣା ରହୁନି । ଫଳରେ ରଥ ସମ୍ମୁଖରେ ବାରମ୍ବାର ଠେଲାପେଲା ସ୍ଥିତି ଉପୁଜୁଛି । ଏପଟେ ରଥାରୂଢ ଦିଅଁଙ୍କୁ ଦର୍ଶନ କରିବାକୁ ଗାଡ଼ି ଧରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ଯେଉଁଥିପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ୍ ହୋଇଛି।

ରାତିସାରା ଲଗାଣ ବର୍ଷା ଏବଂ ଅଧିକ ସଂଖ୍ୟକ ଗାଡ଼ି ଯୋଗୁଁ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ମାଳତୀପାଟପୁର ଠାରୁ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ କାର୍, ବାଇକ, ଅଟୋ, ଟ୍ୟାକ୍ସିର ଲମ୍ବା ଲାଇନ୍ ଜମିଛି । ଯେଉଁଠି ଅଛନ୍ତି, ସେଇଠି ଅଟକି ରହିଛନ୍ତି। ବାଟଗାଁଠାରେ ମୂଷଳଧାରାରେ ବର୍ଷା ଯୋଗୁଁ ଗାଡ଼ି ଚଳାଚଳ ବହୁତ ଧିମା ହୋଇଯାଇଛି । ସେପଟେ ଓଡ଼ିଶା ପୋଲିସ ସମସ୍ତ ଶ୍ରଦ୍ଧାଳୁ/ଭକ୍ତମାନଙ୍କୁ ଅନୁରୋଧ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ବର୍ଷା କମିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ ବୋଲି କହିଛି ।

ସୂଚନା ଥାଉକି, ଶୁକ୍ରବାର ଗୁଣ୍ଡିଚା ମନ୍ଦିର ନିକଟରେ ତାଳଧ୍ୱଜ ଓ ଦେବଦଳନ ରଥ ଲାଗିବା ପରେ ପାଖାପାଖି ୩ଟା ବେଳକୁ ନନ୍ଦିଘୋଷ ରଥ ଲାଗିଥିଲା । ତିନି ରଥ ଲାଗିବା ପରେ ବଡ଼ଦାଣ୍ଡର ସମସ୍ତ ଭିଡ଼ ଗୋଟିଏ ଜାଗାରେ ଏକତ୍ରିତ ହୋଇଥିଲା । ହେଲେ ଏହି ଭିଡ଼ ନିୟନ୍ତ୍ରଣ କରିବାକୁ ସେଠାରେ ଆବଶ୍ୟକୀୟ ସୁରକ୍ଷା କର୍ମୀ ନଥିଲେ । ରଥ ଚାରିପଟେ କର୍ଡନ ବୁଲିବା ପରେ ଅନେକ ଭକ୍ତ ବଡ଼ଦାଣ୍ଡ ପାର୍ଶ୍ୱରୁ ରଥ ପାଖକୁ ଯାଉଥିବା ବେଳେ ଅନେକ ଭକ୍ତ ଶରଧାବାଲି ଦେଇ ଗୁଣ୍ଡିଚା ମନ୍ଦିର ପାର୍ଶ୍ୱରୁ ଠାକୁର ଦର୍ଶନ ନିମନ୍ତେ ଯାଉଥିଲେ । ଯାଉଥିବା ଓ ଆସୁଥିବା ଭକ୍ତଙ୍କ ମଧ୍ୟରେ ଧକ୍କା ହେବାରୁ ବାରମ୍ବାର ଠେଲାପେଲା ହେଉଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ମଧ୍ୟ କେହିନଥିଲେ । ୫ ମିନିଟ୍‌ରେ ପାର୍‌ ହୋଇପାରିବା ଭଳି ରାସ୍ତା ଅଧ ଘଣ୍ଟା ଲାଗୁଥିଲା ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ