ଭୂସ୍ଖଳନରେ ଶିଶୁ ସମେତ ୩ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

‘ଅର୍ଣ୍ଣବ’ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ
ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟି ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ପରିସ୍ଥିତିରେ ବାତ୍ୟା କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ରାଇକିଆ ଗସ୍ତ କରିଥିଲେ।
ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ଭାଜପା ସଭାପତି ପଣ୍ଡିତ ବିଶିମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଏବଂ ରାଇକିଆ ବ୍ଲକ୍ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ଉପସ୍ଥିତ ଥିଲେ।ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ,ଉପଜିଲ୍ଲାପାଳ ପ୍ରଣୀତା ଦାଶ, ସିଡିଓ ଶମ୍ଭୁନାଥ ନନ୍ଦୀ, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ରାଇକିଆ ତହସିଲଦାର ବରିୟାଲ ମୁର୍ମୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ସବ୍ୟସାଚୀ ସାହୁ ଏବଂ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ,ଫାୟାର ଅଫିସର ଦିଲୀପ ରାଓ ଙ୍କ ସହ ସମସ୍ତ କର୍ମଚାରୀ ସମେତ ବ୍ଲକ୍ ପ୍ରଶାସନର ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।ଏହି ଅବସରରେ ଡାଙ୍ଗେସି ଗ୍ରାମରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ। ମୃତକ ପ୍ରତ୍ୟେକ ଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଏଥିସହ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ରାସ୍ତାଘାଟର ତୁରନ୍ତ ପୁନରୁଦ୍ଧାର, ରାଇକିଆ କରଡ଼ା ରାସ୍ତା ୪୮ ଘଣ୍ଟା ମଧ୍ୟରେ ଯାତାୟାତ ଉପଯୋଗୀ ,ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଏହି ଗସ୍ତରେ କନ୍ଧମାଳ ଜିଲ୍ଲା କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା, ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ନାୟକ, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ସନକ ଦିଗାଳ, ନାରାୟଣ ପାତ୍ର, ତାପସ ଦଳବେହେରା, ରାଜମୋହନ ଦିଗାଳ, ସୁଧାଂଶୁ ପାଣିଗ୍ରାହୀ, ମାନସ ରଞ୍ଜନ ପତି ଓ ଦୀପକ ମହାରଣାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ଥିଲେ।ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କ୍ଷୟକ୍ଷତିର ଆକଳନ, ଭୂସ୍ଖଳନ ପ୍ରଭାବିତ ରାସ୍ତାର ପୁନରୁଦ୍ଧାର ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ ଏବେ ପ୍ରଶାସନର ପ୍ରାଥମିକତା ହୋଇଥିବାବେଳେ ମନ୍ତ୍ରୀଙ୍କ ଏହି ଗସ୍ତ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading
    ଓସିଏସ୍‌ ପରୀକ୍ଷା ଘୁଞ୍ଚିବନି : ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ