ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ୭୦୭.୮୬ କୋଟି ଟଙ୍କା । ଡିବିଟି ଜରିଆରେ ଯୋଗ୍ୟ କୃଷକଙ୍କୁ ସହାୟତା ପ୍ରଦାନ । ପୂର୍ବରୁ ୨୩ଟି କିସ୍ତି ମାଧ୍ୟମରେ ଦିଆଯାଇଛି ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା । ଭୁବନେଶ୍ବର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଏହି ଅବସରରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ଡିବିଟି ମାଧ୍ୟମରେ ପିଏମ୍ କିଷାନ ଯୋଜନାରେ ୨୦୦୦ ହାଜର ଟଙ୍କା ଲେଖାଏଁ ମିଳିଛି । ଏଥିରେ ଭୂମିଦାରୀ, କ୍ଷୁଦ୍ର, ବୃହତ ଓ ସହରାଞ୍ଚଳର ଦୁର୍ବଳ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଛି । ପିଏମ୍ କିଷାନ ଯୋଜନାରେ ସାମିଲ ହେବା ପାଇଁ ଏଗ୍ରିଷ୍ଟାକ ପୋର୍ଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ । ଯେଉଁମାନେ ସିଏମ୍ କିଷାନ ପାଉଛନ୍ତି ସେମାନେ ପିଏମ୍ କିଷାନ ମଧ୍ୟ ପାଆନ୍ତୁ । ତେଣୁ ସେମାନେ ଆବଶ୍ୟକ ଦସ୍ତାବିଜ ଦେଇ ଏହାର ଲାଭ ଉଠାନ୍ତୁ । ସିଏମ କିଷାନରେ ପାଖାପାଖି ପାଞ୍ଚ ଲକ୍ଷ ଅଧିକ ଚାଷୀ ଅଛନ୍ତି । ରାଜ୍ୟ ସରକାର କୃଷି ମନ୍ତ୍ରଣାଳୟ ସହାୟତାରେ ଏକିକୃତ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି । ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିବ । ପଞ୍ଚାୟତରେ ଥିବା ଆରଆଇ ଅଫିସ କିମ୍ବା କୃଷି କାର୍ଯ୍ୟାଳୟରେ ପଞ୍ଜିକରଣ କରିପାରିବେ । କୃଷକ କେବଳ ଚାଷୀ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା । ଅନ୍ନଦାତାଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପିଏମ୍ କିଷାନରେ ଛଅ ହଜାର ମିଳୁ ଥିବା ବେଳେ ଆମ ରାଜ୍ୟରେ ସିଏମ କିଷାନରେ ଦୁଇ ହଜାର ଦୁଇ ଥର କରି ଛଅ ହଜାର ଦିଆ ଯାଉଛି । ଅନ୍ୟ ସମସ୍ତ ରାଜ୍ୟରେ ସିଏମ କିଷାନ ଯୋଜନା ନାହିଁ । ଦୁର୍ବଳ ଜନଜାତିଙ୍କୁ ଖୋଜି ଖୋଜି ବାର ହଜାର ଟଙ୍କା ଦିଆ ଯାଉଛି । ସମସ୍ତ ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଭାବରେ ଅଭିହିତ କରିଛନ୍ତି ।

ପିଏମ୍ ଓ ସିଏମ୍ କୃଷି ଯୋଜନାରେ ଆମ ଚାଷୀମାନେ ୧୦ ହଜାର ଟଙ୍କା ପାଉଛନ୍ତି । ଯାହାକି ସବୁ ରାଜ୍ୟର ଚାଷୀ ପାଉନାହାନ୍ତି । କୃଷି କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଚାଷୀଙ୍କୁ ଆମେ ଖୋଜି ଖୋଜି ଏଥିରେ ସାମିଲ କରୁଛୁ । ଚଳିତ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଯାହାକି ଗତ ବର୍ଷ ଅପେକ୍ଷା ଢେର ଅଧିକ । ଚାଷ ଅଛି ଯାହାର କେଡେ ଆନନ୍ଦ ତାହାର । ଆମ ସରକାର ସମୟରେ ଏହା ସତ ହେଉଛି । ପୂର୍ବରୁ କେବଳ ଲୋକ ଜୀବନ ବଞ୍ଚାଇବା ପାଇଁ ଚାଷ କରୁଥିଲେ । ପୂର୍ବ ସରକାର ସମୟରେ ଚାଷୀଙ୍କ ଆୟ ମାତ୍ର ୫ ହଜାର ଟଙ୍କା ରହିଥିଲା । ଯାହା କି ବର୍ତ୍ତମାନ ବଢିଛି । ୬ ଲକ୍ଷ ୮୭ କ୍ବିଣ୍ଟାଲ ମାଣ୍ଡିଆ ଗତ ବର୍ଷ ସଂଗ୍ରହ କରାଯାଇଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଯେଉଁ ଚାଷୀ ପଞ୍ଜିକରଣ କରିନାହାନ୍ତି, ଶୀଘ୍ର କରି ଦିଅନ୍ତୁ । ମୟୁରଭଞ୍ଜ ଓ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ ହେବ । ଚିପିଲିମାରେ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ମଞ୍ଜୁର କରିଛନ୍ତି । ବାତ୍ୟା ଅର୍ଣ୍ଣବରେ ଅନେକ ସ୍ଥାନରେ ଚାଷୀଙ୍କ ଚାଷ ନଷ୍ଟ ହୋଇଛି। ଚାଷୀଙ୍କ ଯାହା ବି କ୍ଷୟକ୍ଷତି ହେବ । ଆମ ସରକାର ଆପଣଙ୍କ ସହ ଛିଡା ହେବ ।

  • Related Posts

    ଓସିଏସ୍‌ ପରୀକ୍ଷା ଘୁଞ୍ଚିବନି : ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା…

    Continue reading
    ଆକାଉଣ୍ଟକୁ ଗଲା ପିଏମ-କିଷାନ ଟଙ୍କା

    ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଗୁଜରାଟର ବନାସକାଣ୍ଠା ଜିଲାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ