
ରଘୁନାଥପୁର, ଜଗତସିଂହପୁର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ ଅବସରରେ ଜଇପୁର ମଣ୍ଡଳ ପକ୍ଷରୁ ଜଇପୁର ଛକଠାରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।
ମଣ୍ଡଳ ସଭାପତି ଶ୍ରୀ ବାନୋଜ ନାୟକ ଏବଂ ଜିଲ୍ଲା ସମ୍ପାଦକ ଡ଼ଃ ପ୍ରକାଶ ଚନ୍ଦ୍ର ଦଳାଇଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ନେତା ଶ୍ରୀ ବଳରାମ ଦଳାଇଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ରାଜ୍ୟ ସଂଖ୍ୟାଲଘୁ ସେଲ୍ ଉପ-ସଭାପତି ମିର୍ଜା ସିଦ୍ଦିକ ବେଗ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ମୁକ୍ତାର ଅଲ୍ଲୀ, ବରିଷ୍ଠ ନେତା ତଥା ମଣ୍ଡଳ ପ୍ରଭାରୀ ବିଜୟ ଦାଶ, ମଣ୍ଡଳ ଉପ-ସଭାପତି ପ୍ରଭାତ ପଣ୍ଡା ଓ ସଞ୍ଜୟ ଖୁଣ୍ଟିଆ, ସାଂସଦଙ୍କ ଜିଲ୍ଲା ମେଡିକାଲ ପ୍ରତିନିଧି ପ୍ରଭଞ୍ଜନ ମଲ୍ଲିକ, ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ପଣ୍ଡା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ସ୍ମୃତି ରଞ୍ଜନ ବେହେରା, ଓବିସି ମଣ୍ଡଳ ସଭାପତି ଦୀପ୍ତି ରଞ୍ଜନ ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମଧୁସ୍ମିତା ଭୋଇ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଚିନ୍ମୟୀ ମହାନ୍ତି, ମଣ୍ଡଳ ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ମହାନ୍ତି, ସୁଶିଲ ଖଟୁଆ, ବୀର କିଶୋର ବାରିକଙ୍କ ସମେତ ସମସ୍ତ ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚାର ସଦସ୍ୟା ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ, ଶୃଙ୍ଖଳା ଓ ଦଳୀୟ ଏକତାର ପରିବେଶ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମଣ୍ଡଳ ସଭାପତି ଶ୍ରୀ ବାନୋଜ ନାୟକ କହିଥିଲେ ଯେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଇପୁର ମଣ୍ଡଳ ଅନ୍ତର୍ଗତ ସମସ୍ତ ୧୦ଟି ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ଉତ୍କୃଷ୍ଟ ପ୍ରଦର୍ଶନ କରିବ। ସଂଗଠନର ସୁଦୃଢ଼ ସ୍ଥିତି, କାର୍ଯ୍ୟକର୍ତ୍ତାଙ୍କ ଏକତା ଏବଂ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ଦଳର ବିଜୟର ମୂଳ ଆଧାର ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।




