ମନ୍ତ୍ରୀ ପଦ ନ ମିଳିବାରୁ ୨ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ କଳି ଥମିବାର ନା ଧରୁନି। ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବି ସମସ୍ୟା ସମାଧାନ ହେଉନାହିଁ। କ୍ୟାବିନେଟରେ ସ୍ଥାନ ନ ପାଇବା ପରେ କଂଗ୍ରେସର ଦୁଇ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶିବକୁମାର ଏହାକୁ ନେଇ ଚିନ୍ତିତ ନାହାନ୍ତି। ସେ ୨ ବିଧାୟକଙ୍କ ଇସ୍ତଫାକୁ ସାଧାରଣ ଘଟଣା କହି ଏଡ଼ାଇ ଦେଇଛନ୍ତି। ଇସ୍ତଫା ରାଜନୀତିର ଏକ ଅଂଶବିଶେଷ ବୋଲି ଶିବକୁମାର କହିଛନ୍ତି। ଏଥିସହ ସେ ଇସ୍ତଫା ଦେବାକୁ ଧମକ ଦେଉଥିବା ବିଧାୟକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଶିବକୁମାର କହିଛନ୍ତି ଯେ ଇସ୍ତଫା ଦେବାକୁ ଚାହୁଁଥିବା ବିଧାୟକଙ୍କୁ କେହି ଅଟକାଇବେ ନାହିଁ। ଯଦି କେହି ଇସ୍ତଫା ଦେବାକୁ ଚାହାଁନ୍ତି, ତେବେ ସେ କିଛି ମିନିଟ୍ ମଧ୍ୟରେ ତାହା ଗ୍ରହଣ କରିନେବେ। ଯଦି ସେମାନେ ଦଳ ଏବଂ ରାଜନୈତିକ ଭବିଷ୍ୟତ ଚାହୁଁଛନ୍ତି ତେବେ ଇସ୍ତଫା ଦେବେ ନାହିଁ। ଶିବକୁମାର ନିଜ ରାଜନୈତିକ ଯାତ୍ରାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଅତୀତରେ ତାଙ୍କୁ ଧରମ ସିଂହ ଏବଂ ସିଦ୍ଧରମେୟାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମନ୍ତ୍ରୀ ପଦ ମିଳି ନ ଥିଲା। ଏହା ସତ୍ତ୍ବେ ସେ ଏବଂ ଜି ପରମେଶ୍ବର ଇସ୍ତଫା ନ ଦେଇ ଦଳ ସହ ରହିଥିଲେ। କ୍ୟାବିନେଟରେ ସାମିଲ ନ ହେବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଯଶୋବନ୍ତ ରାୟ ଗୌଡ଼ା ଭି ପାଟିଲ ଏବଂ ବେଲୁର ଗୋପାଳକୃଷ୍ଣଙ୍କୁ ନେଇ ଶିବକୁମାର ଏହି ଟିପ୍ପଣୀ ଦେଇଛନ୍ତି। ଉପ ବାଚସ୍ପତି ରୁଦ୍ରପ୍ପା ଲମାନୀଙ୍କୁ ପାଟିଲ ସୋମବାର ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ସମର୍ଥକମାନେ ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳ ପାଟିଲଙ୍କ ସହ ଅନ୍ୟାୟ କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ