ମସ୍କୋ,22/08: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ ରୁଷ୍ ଠାରୁ ତୈଳ କିଣୁଥିବାରୁ ଆମେରିକା ଭାରତ ଉପରେ ଶୁଳ୍କ ଲଗାଇଥିଲେ ସୁଦ୍ଧା ଭାରତ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ପୁଟିନଙ୍କୁ ସାକ୍ଷାତ କାଳରେ ଜୟଶଙ୍କର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ରୁଷ୍ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ ଓ ଅର୍ଥମନ୍ତ୍ରୀ ସେର୍ଗେ ଲାଭରୋଭଙ୍କ ସହ ହୋଇଥିବା କଥାବାର୍ତ୍ତା ବାବଦରେ ପୁଟିନଙ୍କୁ ଜୟଶଙ୍କର ଅବଗତ କରାଇଥିଲେ। ଭାରତରୁ ଆମଦାନୀ ଦ୍ରବ୍ୟ ଉପରେ ଆମେରିକା ୫୦% ଶୁଳ୍କ ଲାଗୁ କରିଥିବାବେଳେ ଆଜି ପୁଟିନ ଓ ଜୟଶଙ୍କର ସାକ୍ଷାତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।
ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…







