ମହଙ୍ଗା ହେଲା ଅମୂଲ-ମଦର ଡାଏରୀ କ୍ଷୀର

ନୂଆଦିଲ୍ଲୀ: ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଝଟକା । ତେଲ, ଗ୍ୟାସ୍ ପରେ ଏବେ କ୍ଷୀର ପାଇଁ ପକେଟ୍ ଉପରେ ପ୍ରଭାବ ପଡ଼ିବ । ଦେଶର ଦୁଇ ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ଏବଂ ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି । ଉଭୟ କମ୍ପାନୀ ଲିଟର ପିଛା ୨ ଟଙ୍କା ଲେଖାଏଁ ଦର ବଢ଼ାଇଛନ୍ତି । ବଢ଼ିଥିବା ଏହି ନୂଆ ଦର ମେ ୧୪, ୨୦୨୬ ଅର୍ଥାତ୍ ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇଛି ।
ଅମୂଲ ବ୍ରାଣ୍ଡର ମାଲିକାନା ସଂସ୍ଥା ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ସୂଚନା ଦେଇଛି ଯେ, କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ମୁଖ୍ୟ ଭେରିଆଣ୍ଟ ଗୁଡ଼ିକରେ ୨ ଟଙ୍କା ବୃଦ୍ଧି କରାଯାଇଛି । ସେଗୁଡ଼ିକ ହେଲା: ଅମୂଲ ଗୋଲ୍ଡ, ଅମୂଲ ତାଜା, ଅମୂଲ କାଉ ମିଲ୍କ, ଅମୂଲ ବଫେଲୋ ମିଲ୍କ ,ଅମୂଲ ଶକ୍ତି ଓ ସ୍ଲିମ୍ ଆଣ୍ଡ ଟ୍ରିମ୍। ସେହିପରି ମଦର ଡାଏରୀ ମଧ୍ୟ ତା’ର ଟୋକନ୍ କ୍ଷୀର ଏବଂ ପ୍ୟାକେଟ୍ କ୍ଷୀରର ସମସ୍ତ ଭାରିଆଣ୍ଟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

ଦର ବୃଦ୍ଧି ପଛରେ କମ୍ପାନୀ ପକ୍ଷରୁ କେତେକ ପ୍ରମୁଖ କାରଣ ଦର୍ଶାଯାଇଛି: ୧. ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି: ପଶୁ ଖାଦ୍ୟ ଅର୍ଥାତ୍ ଚୋକଡ଼ ଓ ଦାନାର ଦାମ୍ ବଢ଼ିବା ସହ ପରିବହନ ଖର୍ଚ୍ଚ ଏବଂ ପ୍ୟାକେଜିଂ ଫିଲ୍ମର ମୂଲ୍ୟ ବୃଦ୍ଧି ପାଇଛି । ୨. ଚାଷୀଙ୍କୁ ମୂଲ୍ୟ ପ୍ରଦାନ: ମଦର ଡାଏରୀ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ମୂଲ୍ୟ ପ୍ରାୟ ୬% ବୃଦ୍ଧି ପାଇଛି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ୩. ଅପରେସନ୍ ଖର୍ଚ୍ଚ: କ୍ଷୀର ପ୍ରକ୍ରିୟାକରଣ ଏବଂ ଶୀତଳୀକରଣ ପାଇଁ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ଓ ଇନ୍ଧନ ଖର୍ଚ୍ଚ ମଧ୍ୟ ବଢ଼ିଛି ।

  • Related Posts

    ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ

    ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…

    Continue reading
    ନିର୍ବାଚନରେ ​​ହୋଇଥିବା ଜାଲିଆତି’ର ପ୍ରମାଣ ମାଗିଲେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ଇଣ୍ଡିଆ ଗଠବନ୍ଧନର ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି “ଭୋଟ୍ ଚୋରି” ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ବିରୋଧୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ