ମହାନଦୀରେ ବୁଡି ଯିବାର କାହାଣୀ ରଚି ପ୍ରେମିକ ସହିତ ମହିଳା

ବାଙ୍କୀ : ମହାନଦୀରେ ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ। ବାଙ୍କୀ ମହାନଦୀରେ ନିଖୋଜ ମହିଳା ପୁରୀରୁ ଉଦ୍ଧାର। ପ୍ରେମିକ ସହ ଫେରାର ହୋଇଥିଲେ ସଂପୃକ୍ତ ମହିଳା। ଆଉ ମହାନଦୀରେ ବୁଡି ଯିବାର କାହାଣୀ ରଚିଥିଲେ। ଏପଟେ ୩ ଦିନ ଧରି ବାଙ୍କୀ, ଆଠଗଡ ଅଗ୍ନିଶମ ବିଭାଗ ସହ ବାଙ୍କୀ ପୋଲିସ ଓ ଓଡ୍ରାଫ ଟିମ୍ ମହାନଦୀରେ ନିଖୋଜ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି ।

ସେପଟେ ମହିଳାଙ୍କୁ ଉଦ୍ଧାର କରିଛି ପୁରୀ ଟାଉନ ଥାନା ପୋଲିସ । ମହିଳାଙ୍କ ପରିବାର ଲୋକଙ୍କୁ ଏନେଇ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ମହିଳା ଜଣକ ନିଖୋଜର ବାହାନା କରିଥିଲେ। ଗତ ରବିବାର ଭୋରରୁ ଖୁଦୁରୁକୁଣି ପୂଜା ପରେ ମହାନଦୀ ଦୁହୁରୀ ଭସାଇବାକୁ ଯାଇ ନିଖୋଜ ହୋଇଯାଇଥିବା ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେ ପୁରୀ ଚୁଡଙ୍ଗ ସାହିରେ ପ୍ରେମିକ ସହିତ ରହୁଥିଲେ। ପ୍ରେମିକ ଜଣକ ବିବାହିତ ବୋଲି ଜଣାପଡିଛି। ଅନେକ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲେ । ତେଣୁ ଏଭଳି ଏକ ମିଛ କାହାଣୀ ରଚିଥିଲେ ସଂପୃକ୍ତ ମହିଳା ।

  • Related Posts

    ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

    ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…

    Continue reading
    ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

    ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍‌ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍‌ ଓ ବଣେଇ ଛକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ