ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ଆସିବ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର : ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ଆଜି ରାତି ଓ କାଲି ଦିନ ଗୁରୁତ୍ଵପୂର୍ଣ୍ଣ। ସତର୍କ କରାଇଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି ଯେ, ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ ଯିବ। ଫଳରେ ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ଆସିବ। ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବ। କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢିବ। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହେବେ। ଜଗତସିଂହପୁରର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତ୍ତୋଲ ପ୍ରଭାବିତ ହେବ। କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର, ଆଳି ମଧ୍ୟ ପ୍ରଭାବିତ ହେବ। ବାଙ୍କୀ, ଆଠଗଡ଼ ମହାନଦୀ ପାଇଁ ପ୍ରଭାବିତ ହୋଇଛି। ଏହା ଚଳିତ ସିଜିନର ସୁବୁଠାରୁ ବଡ଼ ବନ୍ୟା ଆସୁଛି ବୋଲି କୁହାଯାଇ ପାରିବ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଆମର ଫୋକସ ମହାନଦୀ ଉପରେ। ହୀରାକୁଦରେ ୨ଟି ଗେଟ ଖୋଲିଛି। ୬୨୦ ଫୁଟ୍ ଜଳସ୍ତର ରହିଛି। ସାଳନ୍ଦୀ, ବୈତରଣୀ ଓ ଜଳକା ବନ୍ୟା ପରେ ମହାନଦୀରେ ବନ୍ୟା ଆସିବାକୁ ଯାଉଛି। ଜଳବନ୍ଦୀ ସମସ୍ୟା ଆସିବ। ୨୪ ଘଣ୍ଟା ପାଇଁ ବନ୍ୟା ପରିସ୍ଥିତି ରହିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ହୀରାକୁଦ ପାଇଁ ବଡ ବନ୍ୟାରୁ ବର୍ତ୍ତି ଯାଇଛେ। ଏବେ ହୀରାକୁଦ ଜଳସ୍ତର ବଢୁଛି। ତଳେ ବନ୍ୟା ଥିବାରୁ ଗେଟ ଖୋଲାଯାଇ ନାହିଁ। କିନ୍ତୁ ଆଉ ଦୁଇ ଫୁଟ୍ ଅର୍ଥାତ୍ ୬୨୨ ଫୁଟ୍ ଜଳସ୍ତର ଆମେ ରଖିପାରିବୁ। ଏହାପରେ ଖଇରମାଳ ପାଣି କମିବା ପରେ ଆମେ ହୀରାକୁଦ ଗେଟ୍ ଖୋଲିବୁ। ଆଖୁଆପଦାରେ ବନ୍ୟା କମୁଛି। ପୂର୍ଣିମା ପର ଦିନ ଥିବାରୁ ସମୁଦ୍ର ଜଳ ଟାଣିବାରେ ବିଳମ୍ବ ହେଉଛି। ଆଉ ଦିନେ ଦୁଇ ଦିନ ଲାଗିବ ପାଣି ନିଷ୍କାସନ ପାଇଁ।

  • Related Posts

    ଆସନ୍ତାକାଲିଠୁ ଗଡ଼ିବ ପୁରୀ-ସୋଲାପୁର ସ୍ପେଶାଲ ଏକ୍ସପ୍ରେସ ଟ୍ରେନ

    ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି(ଅଗଷ୍ଟ 7)ରୁ ଗଡ଼ିବ ପୁରୀ-ସୋଲାପୁର ଜଙ୍କସନ ସ୍ପେଶାଲ ଏକ୍ସପ୍ରେସ । ଓଡ଼ିଶାରୁ ମହାରାଷ୍ଟ୍ର ଅଭିମୁଖେ ବଢ଼ୁଥିବା ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି…

    Continue reading
    ବିନା ଦୋଷରେ 22 ବର୍ଷ ଜେଲ: ତଦନ୍ତକୁ ଭର୍ସନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ବିନା ଦୋଷରେ ଜେଲରେ କଟିଲା 22 ବର୍ଷ । କେବଳ ସନ୍ଦେହ ଆଧାରରେ, ବିନା କୌଣସି ବିଶ୍ବସନୀୟ ପ୍ରମାଣରେ ଜେଲରେ 22 ବର୍ଷ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତି ଜଣକ ହେଉଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ