
ଦେବଗଡ଼:ଦେବଗଡ ଜିଲ୍ଲା ବାରକୋଟ ସ୍ଥିତ ଦୟାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଆଜି ଦ୍ୱିଦିବସୀୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି।ଭୁବନେଶ୍ୱର ସାଇ ସବୁରି ହସ୍ପିଟାଲ ଏବଂ ଜଳ ସୁରେଖା ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଶିବିରକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଅସ୍ଥିଶଲ୍ୟ, ଚର୍ମ, ସାଧାରଣ ଔଷଧ, ସ୍ତ୍ରୀ ଓ ପ୍ରସୂତୀ ଏବଂ ଶାରୀରିକ ଚିକିତ୍ସା ବିଭାଗର ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ସେବା ଓ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହୀରାଲାଲ ସାହୁ,ସଞ୍ଜିବ ଶତପଥି,କୃତାର୍ଥ ସାହୁ,ରାଜକିଶୋର ସାହୁ,ମାନସ ରଞ୍ଜନ ସାହୁ, ଲିଙ୍କନ ସାହୁ,ସୁବ୍ରତ ପ୍ରଧାନ ସହଯୋଗ କରିଥିଲେ।


