ମା’-ବାପା ଓ ଭାଇକୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଟ୍ରିପଲ ମର୍ଡର ଘଟିଛି। ଜଣେ ଦମ୍ପତି ଏବଂ ତାଙ୍କ ବଡ଼ ପୁଅକୁ ଦୁର୍ବୃତ୍ତମାନେ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ସାନ ପୁଅ ନିଖୋଜ ଥିବାରୁ ସେ ହିଁ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରୁଛି। ଦକ୍ଷିଣ ଦିଲ୍ଲୀର ସାତବାରି ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଛନ୍ତି ପ୍ରେମ ସିଂହ(୪୫), ତାଙ୍କ ପତ୍ନୀ ରଜନୀ(୪୦) ଏବଂ ବଡ଼ ପୁଅ ରିତିକ(୨୪)। ସାନପୁଅ ସିଦ୍ଧାର୍ଥ(୨୨) ନିଖୋଜ ଥିବାରୁ ସେ ହିଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି।ପୁଲିସ ସୂଚନା ଅନୁସାରେ, ମଇଦାନ ଗଢ଼ି ଥାନାକୁ ଏକ ଫୋନ ଆସିଥିଲା। ଉକ୍ତ ଗାଁରେ ଏକ ଘର ଭିତରୁ ବାହାରକୁ ରକ୍ତ ବହି ଆସିଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ତଳ ମହଲାରେ ୨ଟି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବାବେଳେ ପ୍ରଥମ ମହଲାରେ ଗୋଟିଏ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ କରିଛି। ୩ ଜଣଙ୍କୁ ଛୁରି ଦ୍ଵାରା ଏକାଧିକ ଥର ଗଳାକାଟି ହତ୍ୟା କରାଯାଇଛି। ପାରପାର୍ଶ୍ବିକ ସ୍ଥିତି ଏବଂ ହସ୍ତଗତ କିଛି ପ୍ରମାଣରୁ ସାନ ପୁଅ ହିଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ କହିଛି। ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି