ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ଅପରାଧିକ ମାମଲା

ଭୁବନେଶ୍ୱର: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ କହିଛନ୍ତି ଯେ, ୨୮ଟି ରାଜ୍ୟରୁ ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଏଥିରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ୮୯ଟି ମାମଲା ସହ ତାଲିକାର ଶୀର୍ଷରେ ଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ଟି ମାମଲା ରହିଛି।

ରିପୋର୍ଟ ଅନୁସାରେ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ୮୯ଟି ମାମଲା ରହିଛି ଏବଂ ସେ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଏହା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ଟି ମାମଲା ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ୧୯ଟି ଲେଖାଏ ମାମଲା ରହିଛି। ସେହିପରି କେରଳର ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନଙ୍କ ବିରୋଧରେ ୧୮ଟି ମାମଲା ରହିଛି। ଏହା ସହ ସିକ୍କିମର ମୁଖ୍ୟମନ୍ତ୍ରୀ ପି.ଏସ. ତମାଙ୍ଗ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ବିରୋଧରେ ଗୋଟିଏ ଲେଖାଏ ମାମଲା ଥିବା ଉଲ୍ଲେଖ ରହିଛି।

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ୫ଟି ମାମଲା ରହିଛି। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନଭିସ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁଙ୍କ ବିରୋଧରେ ୪ଟି ଲେଖାଏ ମାମଲା ରହିଛି। ସେହିପରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏବଂ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବିରୋଧରେ ୨ଟି ଲେଖାଏ ମାମଲା ଥିବା ଦର୍ଶାଯାଇଛି।

  • Related Posts

    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading
    ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

    ଭୁବନେଶ୍ୱର: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ