ଶାହା ଆମକୁ ଦେଶଭକ୍ତି ଶିଖାନ୍ତୁନି : ଖଡ୍‌ଗେ

ଗୋଆ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଡା ଟିପ୍ପଣୀ ଦେଇଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ। କଂଗ୍ରେସ ମୁଖ୍ୟାଳୟରେ ବନ୍ଦେ ମାତରମ୍‌ ଗାନକୁ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଅପମାନିତ କରିଥିବା ନେଇ ଶାହା ଅଭିଯୋଗ କରିଥିଲେ। ଗୋଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ୍‌ଗେ କହିଥିଲେ ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ। ଶାହା ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ମୁଁ ବିଧାୟକ ଥିଲି। କଂଗ୍ରେସରେ ଅନେକ ଏପରି ନେତା ଅଛନ୍ତି ଯେଉଁମାନଙ୍କ ରାଜନୈତିକ ଜୀବନ ବହୁଦୀର୍ଘ। ତେଣୁ ଶାହା ଆମକୁ ଦେଶଭକ୍ତି ଶିଖାନ୍ତୁ ନାହିଁ। ଦେଶକୁ ସ୍ବାଧୀନ କରିବାକୁ କଂଗ୍ରେସ ଦଳର ନେତାମାନେ ଇଂରେଜଙ୍କ ବିରୋଧରେ ଲଢ଼େଇ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ବିଜେପିର କେଉଁ ନେତା ସାମିଲ ଥିଲେ ତାହା ଶାହା ଜବାବ ଦିଅନ୍ତୁ। ଦେଶକୁ ସ୍ବାଧୀନ କରିବାରେ କୌଣସି ଭୂମିକା ନ ଥିବା ଦଳର ନେତା କଂଗ୍ରେସ ନେତାଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ କରିବା ଉଚିତ୍‌ ନୁହେଁ ବୋଲି ଖଡ୍‌ଗେ କହିଥିଲେ। କଂଗ୍ରେସ ମୁଖ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ଅବସରରେ ସୋନିଆ ଅଧାରୁ ବନ୍ଦେ ମାତରମ୍‌ ଗାନକୁ ବନ୍ଦ କରିବାକୁ କହିଥିବା ଶାହା ଅଭିଯୋଗ କରିଛନ୍ତି।

  • Related Posts

    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading
    ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

    ଭୁବନେଶ୍ୱର: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ