ମୋଟୁ ବନାଞ୍ଚଳରେ ବୁଲୁଛି ବାଘ

ମାଲକାନଗିରି: ମୋଟୁ ବନାଞ୍ଚଳରେ ବାଘ ଆତଙ୍କ । ରେଡିଓ କଲାର ପିନ୍ଧା ଯାଇଥିବା ଏକ ବାଘ ଘୂରି ବୁଲୁଥିବା ଚିହ୍ନଟ ହେବା ପରେ ବନବିଭାଗ ପକ୍ଷରୁ ସତର୍କତା ବଢ଼ାଯାଇଛି । ବାଘର ଗତିବିଧି ଉପରେ ନଜର ରଖାଯାଇଛି । ବିଭାଗର ସ୍ୱତନ୍ତ୍ର ଟିମ୍ ଓ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍‌ଆର୍‌ଟି)କୁ ନିୟୋଜିତ କରାଯାଇଛି । ଡିଏଫ୍ଓ ସାଇକିରଣ ଡି. ଏନ୍ ଏମ୍ଭି-୭୯ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଇକିରଣ କହିଛନ୍ତି, ଆନ୍ଧ୍ରର ପାପିକୋଣ୍ଡାଲୁ ଅଭୟାରଣ୍ୟରୁ ଚାଲିଆସିଛି ଏହି ବାଘ । ଏବେ ମାଲକାନଗିରି ବନଖଣ୍ଡ ଅଧୀନ ମୋଟୁ ରେଞ୍ଜ୍‌ରେ ବୁଲୁଛି । ରେଡିଓ କଲାର ମାଧ୍ୟମରେ ବାଘର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରାଯାଉଛି । ତା’ର ଚଲାପଥ ଓ ପାଦଚିହ୍ନ ଯାଞ୍ଚ୍ କରାଯାଉଛି । ବାଘର ଉପସ୍ଥିତି ନେଇ ଆଖପାଖ ଗାଁରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି ।
ଜଙ୍ଗଲ ଓ ବିପଦପୂର୍ଣ୍ଣ ଅଞ୍ଚଳକୁ ଏକାକୀ ନ ଯିବା ଏବଂ ବାଘକୁ ଦେଖିଲେ ଉତ୍ତେଜିତ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବାଘଟି ଯେମିତି ଜନବସତି ଆଡ଼କୁ ନ ଆସିବ ଏବଂ କୌଣସି ଅଘଟଣ ନ ଘଟାଇ ନିରାପଦରେ ତା’ର ଆବାସସ୍ଥଳୀକୁ ଫେରିଯିବ ସେଥିପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କ ସହାୟତା ନିଆଯାଇଛି । ବାଘ କିମ୍ବା ତା’ର ପାଦଚିହ୍ନ ଦେଖାଗଲେ ଅବା ଅସ୍ୱାଭାବିକ ଗତିବିଧି ନଜରକୁ ଆସିଲେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି।

  • Related Posts

    ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଗିରଫ

    ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍‌ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ…

    Continue reading
    ବନ୍ୟା ଓ ବାତ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ:ମନ୍ତ୍ରୀ

    ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ IAS ଅଧିକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି