ମୋଦୀଙ୍କୁ ‘ଖାସ୍ ବନ୍ଧୁ’ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନିକ ବାର୍ତ୍ତାଳାପ ହୋଇଯାଇଛି । ଏହି ବାର୍ତ୍ତାଳାପ ପରେ ରାଷ୍ଟ୍ରପତି ଟ୍ରମ୍ପ ପିଏମ ମୋଦୀଙ୍କୁ ନିଜର ଜଣେ “ଘନିଷ୍ଠ ବନ୍ଧୁ” ଭାବେ ସମ୍ବୋଧିତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ।
ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ । ବିଶ୍ୱର ପ୍ରମୁଖ ତୈଳ ଯୋଗାଣ ମାର୍ଗ ଭାବେ ଜଣାଶୁଣା ଏହି ସାମୁଦ୍ରିକ ପଥର ସୁରକ୍ଷାକୁ ନେଇ ଉଭୟ ନେତା ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ବିଶ୍ୱ ଅର୍ଥନୀତି ଏବଂ ଶକ୍ତି ସୁରକ୍ଷା ପାଇଁ ଏହି ରାସ୍ତା ଖୋଲା ରହିବା ଅତ୍ୟନ୍ତ ଜରୁରୀ । ସାମୁଦ୍ରିକ ବାଣିଜ୍ୟ ଯେପରି ବାଧାପ୍ରାପ୍ତ ନହେବ, ସେଥିପାଇଁ ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ବାର୍ତ୍ତାଳାପ ବେଳେ ଟ୍ରମ୍ପ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଯୁଦ୍ଧ ବିରତି ପାଇଁ ସହମତି ହୋଇଛି । ଗତ କିଛି ସପ୍ତାହ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁ ଲେବାନନରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ପ୍ରାୟ ୨,୨୦୦ ଲୋକଙ୍କ ପ୍ରାଣହାନି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏହି ସୂଚନା ଦେଇ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପ୍ରଗତି ଜାରି ରହିଛି ଏବଂ ଆଗାମୀ ଦିନରେ ଏହି ଭାଗିଦାରୀ ଆହୁରି ସୁଦୃଢ଼ ହେବ ।

  • Related Posts

    ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

    ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

    Continue reading
    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ