ମୋଦୀ-ଜିନପିଙ୍ଗ ଦ୍ଵିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ପ୍ରାୟ ୪୦ ମିନିଟରୁ ଅଧିକ ସମୟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା। ଏହି ଅବସରରେ ମୋଦୀ ଏବଂ ଜିନପିଙ୍ଗ ଦୁଇ ଦେଶର ସୀମା ବିବାଦ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି।ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହିତ ବୈଠକ ସମୟରେ ନିଜ ମନ୍ତବ୍ୟ ଶେୟାର କରୁଛି ବୋଲି ମୋଦୀ ଏକ ଭିଡିଓ ସହିତ ଉକ୍ତ ପୋଷ୍ଟରେ ଲେଖିଛନ୍ତି।

ଦ୍ଵିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରୁଥିବାରୁ ଜିନପିଙ୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ତାଙ୍କୁ ସମ୍ମିଳନୀରେ ଯୋଗଦେବାକୁ ଚୀନ ଆମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।ମୋଦୀ କହିଥିଲେ, ସୀମା ବିବାଦର ସମାଧାନ ଲାଗି ଆମ ସ୍ଵତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଦୁଇ ଦେଶ ୨୮୦ କୋଟି ଜନତାଙ୍କର ସ୍ଵାର୍ଥ ପରସ୍ପର ମଧ୍ୟରେ ସହଯୋଗ ଉପରେ ଆଧାରିତ। ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ବାଟ ଦେଖାଇବ। ପରସ୍ପର ମଧ୍ୟରେ ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମେ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବା ଲାଗି ପ୍ରତିବଦ୍ଧ।ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗତବର୍ଷ କାଜାନରେ ଆମ ମଧ୍ୟ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିଲା, ଯାହା ଆମ ସମ୍ପର୍କ ପାଇଁ ଏକ ସକାରାତ୍ମକ ଦିଗ ସୃଷ୍ଟି କରିଥିଲା। ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି।ଆଲୋଚନା ନେଇ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହିତ ବୈଠକ ସମୟରେ ନିଜ ମନ୍ତବ୍ୟ ଶେୟାର କରୁଛି ବୋଲି ମୋଦୀ ଏକ ଭିଡିଓ ସହିତ ଉକ୍ତ ପୋଷ୍ଟରେ ଲେଖିଛନ୍ତି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ