ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ । ପୁଣି ଅପମାନିତ କଲେ। ମୁଁ ଜାଣି ପାରିଲିନି କଣ ପାଇଁ ମୋତେ ଡକାଇଥିଲେ । ମଞ୍ଚ ତଳେ ୩ ଘଣ୍ଟା ଧରି ବସାଇଲେ । ଷ୍ଟେଜରେ ଚଢିବାକୁ ଦିଆଗଲାନି। ହଠାତ କହିଲେ ପ୍ରୋଗ୍ରାମ ବନ୍ଦ ହେଲା । ପିଲା ପଚାରିବାରୁ କାର୍ଯ୍ୟକ୍ରମ ସରିଗଲା ବୋଲି କହିଲେ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏମିତି କ୍ଷୋଭଭରା ଏବଂ ଦୁଃଖର ସହ କହିଛନ୍ତି ପରିଚିତ ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି ।
ସେ କହିଛନ୍ତି, ଯିଏ ମୋତେ ଫୋନ କରିଥିଲେ, ତାଙ୍କୁ ଫୋନ କଲି । ହେଲେ କେହି କିଛି ଉତ୍ତର ଦେଲେନି । ବହୁତ କଷ୍ଟ ଲାଗିଲା । ଶେଷରେ କଷ୍ଟର ସହ ଏହି ଭିଡିଓରେ ଜଣାଉଛି । ହାତ ଫ୍ୟାକଚର ଥାଇ ବି ନଖାଇନପିଇ ମୁଁ ଅନୁଗୋଳ ଜିଲ୍ଲା ମହୋତ୍ସବ ପ୍ରୋଗ୍ରାମକୁ ଆସିଥିଲି । ମୋତେ ସମ୍ମାନିତ କରାଯିବ ବୋଲି କୁହାଗଲା । ହେଲେ ଏଠାକୁ ଆସି ଯେଉଁଭଳି ଅପମାନ କରାଗଲା ତାହା କେବେ ଆଶା କରିନଥିଲି । କଳାକାରକୁ ନ ଡାକନ୍ତୁ, କିନ୍ତୁ ଡାକି କି ଏମିତି ଅପମାନ କରନ୍ତୁ ନାହିଁ । କଳାକାରଙ୍କୁ ସମ୍ମାନ ଦିଅନ୍ତୁ । ଯଦି ଷ୍ଟେଜରେ ଚଢିବାକୁ ଦେବେନି ତେବେ ଡାକୁଛନ୍ତି କଣ ପାଇଁ, କହିଛନ୍ତି ପରିଚିତ ୟୁଟ୍ୟୁବର ବଣ୍ଟି। ସୂଚନା ଅନୁଯାୟୀ, ଚାରି ଦିନ ଧରି ଅନୁଗୋଳ ମହୋତ୍ସବ ଆୟୋଜନ ହେଉଛି । ଶନିବାର ଚର୍ଚ୍ଚିତ ଓଡିଆ ୟୁଟ୍ୟୁବର ବଣ୍ଟି ଓରଫ ଫନି ଅନୁଗୁଳିଆଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା । ହାତ ଭାଙ୍ଗିଥିବା ସତ୍ତ୍ୱେ ବି ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ମହୋତ୍ସବ କର୍ତ୍ତୃପକ୍ଷ ତାଙ୍କୁ ଏମିତି ଅପମାନିତ କରିବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ତାଙ୍କର ଏହି ଭିଡିଓ ପୋଷ୍ଟ ବର୍ତ୍ତମାନ ସୋସିଆ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନୁଗୋଳ ଜିଲ୍ଲା ପ୍ରଶାସନକୁ ଲୋକେ ନିନ୍ଦା କରିବ ସହ ସମାଲୋଚନା କରୁିଥିବା ଦେଖିବାକୁ ମିଳିଛି ।
୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସ୍ମାର୍ଟ ରେଳଷ୍ଟେସନ ହେବ ବ୍ରହ୍ମପୁର
ଗଞ୍ଜାମ,୨୩.୦୪.୨୦୨୬:ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାର ଜୀବନରେଖା ବ୍ରହ୍ମପୁର ରେଳଷ୍ଟେସନ ଏବେ ଆଧୁନିକ ରୂପ ନେବ। ପ୍ରାୟ ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସହ, ଏହି ବ୍ୟସ୍ତ ରେଳ ହବ୍ଟି ସ୍ମାର୍ଟ ଏବଂ…

