‘ଯଦି ପାକିସ୍ତାନ ସୁଯୋଗ ଦିଏ, ପଡ଼ୋଶୀଙ୍କ ସହ କପରି ବ୍ୟବହାର କରାଯାଏ ଆମେ ଶିଖେଇ ଦେବୁ।’

ନୂଆଦିଲ୍ଲୀ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟଙ୍କ କଡ଼ା ଚେତାବନୀ। ଦିଲ୍ଲୀରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ପାକ୍ ଉପରେ ବର୍ଷିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ। କହିଲେ ‘ଅପରେସନ ସିନ୍ଦୂର ଥିଲା ୮୮ ଘଣ୍ଟାର ଟ୍ରେଲର, ପୂରା ଫିଲ୍ମ ଏବେ ବାକି ଅଛି। ଯଦି ପାକିସ୍ତାନ ସୁଯୋଗ ଦିଏ, ପଡ଼ୋଶୀଙ୍କ ସହ କପରି ବ୍ୟବହାର କରାଯାଏ ଆମେ ଶିଖେଇ ଦେବୁ।’

ନୂଆଦିଲ୍ଲୀରେ ଆୟୋଜିତ ଚାଣକ୍ୟ ଡିଫେନ୍ସ ଡଇଲଗ୍‌ରେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପାକିସ୍ତାନ, ଆତଙ୍କବାଦ, କାଶ୍ମୀର, ମଲ୍ଟି ଡୋମେନ ୱାରଫେୟାର ଏବଂ ମଣିପୁର ସ୍ଥିତି ନେଇ ବହୁ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେବ, ତାହେଲେ ତାହା ଭାରତ ପାଇଁ ଚିନ୍ତାର ବିଷୟ। ଭାରତ ବିକାଶ ଉପରେ ବିଶ୍ଵାସ କରେ। ଯଦି କେହି ଆମ ମାର୍ଗରେ ବାଧା ସୃଷ୍ଟି କରିବ ତାହେଲେ ଆମେ କାର୍ୟ୍ୟାନୁଷ୍ଠାନ ନେବୁ। ଆଲୋଚନା ଓ ଆତଙ୍କବାଦ ଏକା ସାଙ୍ଗରେ ହୋଇପାରିବ ନାହିଁ। ଭାରତ କୌଣସି ବ୍ଲାକମେଲ୍‌କୁ ଡ଼ରିବ ନାହିଁ।

ଜେନେରାଲ୍ ଦ୍ଵିବେଦୀ ପୁଣି କହିଛନ୍ତି ଯେ, ଅପରେଶନ ସିନ୍ଦୂର ଭାରତର କ୍ଷମତାର କେବଳ ଏକ ଝଲକ। ଏହା ୮୮ ଘଣ୍ଟାର ଏକ ଟ୍ରେଲର ଥିଲା। ଯଦି ପାକିସ୍ତାନ ଆମକୁ ସୁଯୋଗ ଦିଏ, ପଡୋଶୀଙ୍କ ସହ କେମିତି ବ୍ୟବହାର କରାଯାଏ ଆମେ ଶିଖାଇ ଦେବି। ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ଏବେ ଯୁଦ୍ଧ ଖାଲି ସ୍ଥଳଭାଗରେ ନୁହେଁ ବରଂ ଆକାଶ, ସମୁଦ୍ର, ସାଇବର ଓ ଅନ୍ତରୀକ୍ଷରେ ହେଉଛି। କେତେ ସମୟ ଯୁଦ୍ଧ ଚାଲିବ ତାହା କେହି କହି ପାରିବେ ନାହିଁ। ଏଥିପାଇଁ ଆମକୁ ଲମ୍ଵା ଅବଧି ଯାଏଁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଜେନେରାଲ ଦ୍ଵିବେଦୀ କହିଛନ୍ତି ଯେ, ୨୦୧୯ ଅଗଷ୍ଟ ୫ ପରଠାରୁ ଜାମ୍ମୁ କାଶ୍ମୀର ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇଛି। ଆତଙ୍କବାଦ ହ୍ରାସ ପାଇଛି। ଏଲଏସିରେ ଭାରତ-ଚୀନ ସମ୍ପର୍କ ସ୍ଵାଭାବିକ ହୋଇଛି। ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ପରେ ଅକ୍ଟୋବର ମାସରୁ ସମ୍ବନ୍ଧରେ ସୁଧାର ହୋଇଛି।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ