ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ

କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ତାଚ୍ଛଲ୍ୟ! ତାହା ପୁଣି ଖୋଲା ରଙ୍ଗ ମଞ୍ଚରେ। ଯାହାକୁ ନେଇ ହୋଇଛି ହଙ୍ଗାମା। ଷ୍ଟେଜ୍‌ ଉପରେ ଚେୟାର ବର୍ଷା କଲେ ଦର୍ଶକ। ଯେଉଁଥିପାଇଁ କିଛି ସମୟ ଯାତ୍ରା ବନ୍ଦ କରିବାକୁ ପଡ଼ିଥିଲା। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।
ସୋର ବିଦୁଠାରେ ଖେଳୁଥିଲା ‘ଯାତ୍ରା ସ୍ୱର୍ଣ୍ଣମହଲ’। ନାଟକ ଥିଲା “ସ୍ଵାମୀ ପାଇଁ ପଛେ ନର୍କକୁ ଯିବି”। ଏହି ନାଟକ ଦେଖିବା ପାଇଁ ଖଚାଖଚ୍‌ ଭିଡ ହୋଇଥିଲା। ମେଲୋଡି ଓ ରେକର୍ଡ ଡ୍ୟାନ୍ସ ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ନାଟକ। ଯାତ୍ରା ପ୍ରେମୀ ନାଟକ ଭିତରେ ହଜି ଯାଇଥିଲେ ଓ ଭିଜି ଯାଇଥିଲା। ବାସ୍‌ ସେତିକି ବେଳେ ଶୁଭିଥିଲା ଦୁର୍ଦ୍ଦାନ୍ତ ଖଳନାୟକ ନବ ଘୋଷଙ୍କ ଗୁରୁ ଗମ୍ଭୀର କଣ୍ଠ ସ୍ୱର।
ଖଳ ଚରିତ୍ରରେ ଥିବା ନବ ଘୋଷ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ କଡା ଭାଷାରେ ଆକ୍ଷେପ କଲା ପରି ସଂଳାପ କହିଥିଲେ। ନବ ଘୋଷଙ୍କ ସେହି ସଂଳାପ ଶୁଣିବା ପରେ ତାତି ଯାଇଥିଲେ ଷ୍ଟେଜ୍‌ ସମ୍ମୁଖରେ ବସିଥିବା ଦର୍ଶକ। ଆଉ ଆରମ୍ଭ କରିଥିଲେ ଚେୟାର ଫିଙ୍ଗାବା। ଜଣେ ପରେ ଜଣେ ଦର୍ଶନ ଷ୍ଟେଜ୍‌ ଉପରେ ଥିବା ଖଳନାୟକଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଷ୍ଟେଜ୍‌। ଚେୟାର ବର୍ଷା ହୋଇଥିଲା।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଦର୍ଶକଙ୍କୁ ବୁଝାଇଥିଲେ ନାୟକ ସୁବାସ ବେହେରା, ଅନ୍ୟ କଳାକାର ଓ ଆୟୋଜକ। ଯେଉଁଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ନାଟକ ବନ୍ଦ ରହିଥିଲା। ବହୁ ବୁଝାସୁଝା ପରେ ଶାନ୍ତ ପଡ଼ିଥିଲେ ଦର୍ଶକ। ତା’ପରେ ଆରମ୍ଭ ହୋଇଥିଲା ନାଟକ। ରାତି ପାହିବା ପର୍ଯ୍ୟନ୍ତ ଦର୍ଶକମାନେ ନାଟକକୁ ଉପଭୋଗ କରିଥିଲେ।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଥିଲା। ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝୁଲାଇ ଝୁଲାଇ ନେଉଥିଲେ ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ କ୍ଷମା ମାଗିଥିଲେ କାହ୍ନା। ଏଥିସହ ନାଟକରେ ଥିବା ସେହି ଅଂଶକୁ କଟା ଯାଇଥିବା ଜଣାପଡ଼ିଛି।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ