BJD MEET CEO ଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେଡ଼ି

ଭୁବନେଶ୍ୱର : ଭୋଟର ତାଲିକାରୁ ଯୋଗ୍ୟ ଓ ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ୁଥିବା ନେଇ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ନେଇ ବିଜୁ ଜନତା ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଭୋଟରଙ୍କ ନାମ କେଉଁ କାରଣରୁ ଏବଂ କେଉଁ ପ୍ରକ୍ରିୟାରେ ବାଦ୍ ଦିଆଯାଇଛି, ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ତରଫରୁ ବିସ୍ତୃତ ଭାବେ ଅବଗତ କରାଯାଇଛି । ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟି ଅଭିଯୋଗ ଦାଖଲ କରିଛି ।
ଅଭିଯୋଗ ପତ୍ରରେ ବିଜେଡ଼ି କହିଛି ଯେ ଭୋଟର ତାଲିକାକୁ ନେଇ ଦାବି ଓ ଆପତ୍ତି ଅବଧି ଅଗଷ୍ଟ ୧୯ ତାରିଖରେ ଶେଷ ହୋଇଥିଲେ ମଧ୍ୟ ଶାସକ ବିଜେପି ଦଳର ବି.ଏଲ.ଏ.ମାନେ ଏଯାବତ ପୁଳାପୁଳା ଫର୍ମ–୭ ଦାଖଲ କରି ବୁଥ ସ୍ଥରରେ ଯୋଗ୍ୟ ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା ଜାରି ରଖିଛନ୍ତି । ଭୋଟର ଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ ଯଥା ବାଲିକୁଦା-ଏରସମା, ମାହାଙ୍ଗା, ଧାମନଗର, ଭଦ୍ରକ,ମହାକାଳପଡ଼ା, ଝାରସୁଗୁଡା, ପାଟକୁରା, ଦିଗପହଣ୍ଡି ପ୍ରଭୃତି ନିର୍ବାଚନମଣ୍ଡଳୀରେ ବିଜେପି ବି.ଏଲ.ଏ. ମାନେ ଭୋଟର ତାଲିକାରୁ ରାଜନୈତିକ ଅଭିସନ୍ଧି ରଖି ଯୋଗ୍ୟ ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା ଜାରି ରଖିଛନ୍ତି।
ମାହାଙ୍ଗା ବ୍ଲକ ଅଧିନସ୍ଥ ଭଦ୍ରେଶ୍ଵର ପଂଚାୟତରେ ନୂତନ ଭାବେ ଗଠନ ହୋଇଥିବା ୨୨୧ ଓ ୨୨୨ ନମ୍ବର ବୁଥ ର ଭୋଟର ତାଲିକାରୁ ୧୨୧ ଜଣ ଯୋଗ୍ୟ ଭୋଟରଙ୍କ ନାମ SIR ତାଲିକାରୁ ବାଦ ଦେବାପାଇଁ ସେହି ବୁଥ ର ବିଜେପି ବି.ଏଲ.ଏ. ଫଗୁ ଚରଣ ବେହେରା ସୁପାରିଶ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ମାନଙ୍କୁ ଉଦେଶ୍ୟମୂଳକ ଭାବେ ତାଲିକାରୁ ବାଦ ଦେବାପାଇଁ ବି. ଏଲ. ଏ. ଶ୍ରୀ ବେହେରାଙ୍କ ସୁପାରିଶ ବାବଦରେ ମାହଙ୍ଗା ବ୍ଲକ ବିଡିଓ ଙ୍କୁ ସାକ୍ଷାତ କରି ଏହାର ତୁରନ୍ତ ସଂଶୋଧନ ପାଇଁ ଭୋଟର ମାନେ ଦାବି କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରାଯିବା ପରେ, ବିଜେପି ବି.ଏଲ.ଏ. ଶ୍ରୀ ବେହେରା, ତଦନ୍ତ କରି ସେମାନଙ୍କୁ ପୁନର୍ବାର ଭୋଟର ତାଲିକାରେ ସ୍ଥାନ ଦେବା ପାଇଁ ବିଡିଓ ଙ୍କୁ ଲିଖିତ ଭାବେ ଜଣାଇଥିବା ବାବଦରେ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ।
ରାଜ୍ୟବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରି କୌଣସି ଯୋଗ୍ୟ ଭୋଟର ଯେପରି SIR ତାଲିକାରୁ ବାଦ ନପଡ଼ିବେ ସେଥିପାଇଁ ସାନି ନିର୍ଦେଶ ଜାରି କରିବା ପାଇଁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦାବି କରିଛି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା, ସାଧାରଣ ସମ୍ପାଦକ ବିଜୟ ନାୟକ, ଗଣମାଧ୍ୟମ ସଂଯୋଯୋକ ତଥା ମୁଖପାତ୍ର ଡ଼. ଲେଲିନ ମହାନ୍ତି, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ମାନସୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    BJD ON MMDR ଏମଏମଡିଆର ଆକ୍ଟ ଓଡ଼ିଶାର ହକ୍ ଓ ଖଣିଜ ସମ୍ପଦ ପାଇଁ କ୍ଷତିକାରକ: ବିଜେଡି

    ଭୁବନେଶ୍ବର: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଭଳି ଏକ କଳା ଆଇନକୁ ବିନା ଆଲୋଚନାରେ ପାର୍ଲ୍ୟାମେଣ୍ଟରେ ପାରିତ କରାଯାଇଛି। ଯାହାକି ଓଡ଼ିଶାର ଅନେକ କ୍ଷତି କରୁଛି। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ପକ୍ଷରୁ ପୁଣି ଦାବି ହୋଇଛି। ବିଜୁ ଜନତା…

    Continue reading
    ଜୁଏଲଙ୍କ ମନ୍ତବ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରଦର୍ଷିତ କରୁଛି : ବିଜେଡି

    ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ଭିଡିଓ ବାଇଟ ଆଜି ଭାଇରଲ ହେବା ପରେ ବିଜୁ ଜନତା ଦଳ ଏହା ଉପରେ ବିଜେପିର ଅନ୍ତ କନ୍ଦଳ ଉଗ୍ର ରୂପ ନେଲାଣି ବୋଲି କହିଛି। ବିଜୁ ଜନତା ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ