ଭୁବନେଶ୍ୱର:ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ… ଓଡ଼ିଶା ସଂସ୍କୃତି ଓ ପରମ୍ପରାର କୃଷିଭିତ୍ତିକ ଅନନ୍ୟ ଗଣପର୍ବ ରଜ ପର୍ବର ପ୍ରଥମ ଦିନ ତଥା ପହିଲି ରଜରେ ଏହି ଗୀତ ସାରା ଓଡ଼ିଶାରେ ଗୁଞ୍ଜରିତ ହେଉଛି । ଓଡ଼ିଶାର ଗଣପର୍ବ ଭାବରେ ପରିଚିତ ରଜରେ ପିଠା ଖାଇ, ଦୋଳି ଖେଳି ଆନନ୍ଦ ଉଲ୍ଲାସ ସହ ପାଳନ କରୁଛନ୍ତି ଓଡ଼ିଶାବାସୀ । ଗାଁଠୁ ସହର.. ସବୁଠି ପିଠା, ମିଠା ଆଉ ରଜପାନର ମହକ ସାଙ୍ଗକୁ ରଜ ମଉଜର ମାହୋଲ । ତେବେ ଏହି ଗଣପର୍ବକୁ ନେଇ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି Xରେ ଲେଖିଛନ୍ତି, “କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ । ମା’ ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା, ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ । ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।”
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…


