ରମେଶଙ୍କ ପ୍ରତି ଦଳ କୋହଳ ହୋଇଥିବା ଚର୍ଚ୍ଚା

ବ୍ରହ୍ମପୁର: ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ପରଠୁ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଗଞ୍ଜାମ ଜିଲ୍ଲାରେ ଦଳକୁ ବଞ୍ଚାଇ ରଖିଥିବା ଏକ ମାତ୍ର ବିଧାୟକ ରମେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛି ପ୍ରଦେଶ କଂଗ୍ରେସ କମିଟି । ଦଳରୁ ବିଦା ହେବା ପରେ ରମେଶ ଏବେ ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳୁଥିବା ସତ୍ତେ୍ୱ ତାଙ୍କ ପ୍ରତି ଦଳ କୋହଳ ହୋଇଥିବା ଚର୍ଚ୍ଚା ।କ୍ରସ୍ ଭୋଟିଂ କରିଥିବା ବିଧାୟିକା ସୋଫିଆ ପିର୍ଦ୍ଦୋସ, ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନାଙ୍କୁ ଦଳରୁ ନିଳମ୍ବନ କରାଯାଇଛି । ପରେ ସୋଫିଆ ଓ ଦାଶରଥି ଗମାଙ୍ଗଙ୍କ ବିଧାୟକ ପଦ ରଦ୍ଦ କରିବାକୁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି କରିଛି । କିନ୍ତୁ ଚିଠିରେ ନାହିଁ ରମେଶଙ୍କ ନାମ । ରମେଶଙ୍କ ସଭ୍ୟପଦ ରଦ୍ଦ ଦିଗରେ କୌଣସି ଚିଠି ନହେବା ତାଙ୍କ ପ୍ରତି ରାଜ୍ୟନେତୃତ୍ୱ କୋହଳ ମନୋଭାବ ରଖୁଥିବା ଚର୍ଚ୍ଚା ହୋଇଛି । କ୍ରସ୍‌ ଭୋଟିଂ ପରେ ସୋସିଆଲ ମିଡିଆରେ ରମେଶଙ୍କୁ ବିରୋଧ କରି ଅନେକ କମେଣ୍ଟ ଆସୁଛି । ଭଞ୍ଜନଗରରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କୁ ସମାଲୋଚନା କରାଯାଇଥିଲା । ପିସିସି ସଭାପତି କଡ଼ା ଭାଷାରେ ରମେଶଙ୍କୁ ସମାଲୋଚନା କରି ଗଣମାଧ୍ୟମରେ ବୟାନ ଦେଉଛନ୍ତି । କିନ୍ତୁ ବ୍ରହ୍ମପୁରରେ ତାଙ୍କୁ ବିରୋଧ କଲା ଭଳି କୌଣସି କାର୍ୟ୍ୟକ୍ରମ ଦେଖିବାକୁ ମିଳିନାହିଁ । ୨୦୦୭ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ରମେଶ ଜେନା କେବଳ ଗଞ୍ଜାମ ନୁହେଁ, ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନାମ । ରମେଶଙ୍କୁ ଯଦିଓ ବ୍ରହ୍ମପୁର ପ୍ରବେଶ ମନା, କିନ୍ତୁ ସହର ଭିତରେ ତାଙ୍କର ଭଲ ସଂଗଠନ ରହିଛି । ଜିଲ୍ଲା ରାଜନୀତିରେ ତ ତାଙ୍କର ଦବ୍ଦବା ରହିଛି, ବ୍ରହ୍ମପୁର ବିଧାନସଭା କ୍ଷେତ୍ର ବା ମହାନଗର ନିଗମ ରାଜନୀତିରେ ବି ରମେଶଙ୍କ ପତିଆରା ଅନୁଭବ ହୁଏ । ଏସବୁକୁ ଦୃଷ୍ଟିରେ ରଖି ହୁଏତ ରାଜ୍ୟ ନେତୃତ୍ୱ ବାଚସ୍ପତିଙ୍କୁ ଅନ୍ୟ ଦୁଇ ବିଧାୟକ/ ବିଧାୟିକାଙ୍କ ପଦ ରଦ୍ଦ କରିବାକୁ ଚିଠି ଲେଥିବାବେଳେ ରମେଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କେବଳ ନିଲମ୍ବନରେ ସୀମିତ ରଖିଥିବା ଚର୍ଚ୍ଚା ହେଉଛି ।

ସଭ୍ୟପଦ୍ଦ ରଦ୍ଦ ସୁପାରିସ ନକଲେ ମଧ୍ୟ ଜିଲ୍ଲାରେ ରମେଶଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି । ଜିଲ୍ଲା (ପଶ୍ଚିମ) ସଭାପତି ପଦ ପାଇଁ ୩ ଜଣ ନେତାଙ୍କ ନାମ ସୁପାରିସ ହୋଇଥିବା ସୂଚନା ମିଳିଛି । ପିସିସି ସଦସ୍ୟ ପି.ଦଣ୍ଡପାଣି ପାତ୍ର, ପିସିସି ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ବିଜୟ ସାହୁଙ୍କ ନାମ ସଭାପତି ପାଇଁ ସୁପାରିସ ହୋଇଥିବା ଚର୍ଚ୍ଚା ହେଉଛି । ଗୁରୁବାର ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ବୈଠକ ହୋଇଛି । ଏଥିରେ ଗଞ୍ଜାମର ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ । କିଛି ନେତା ରମେଶଙ୍କୁ ସମାଲୋଚନା କରିଥିବାବେଳେ ଆଉ କିଛି ନିରବ ଥିବା ଶୁଣାଯାଉଛି । ପ୍ରଥମଥର ପାଇଁ ପଶ୍ଚିମର ସମସ୍ତ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସମସ୍ତଙ୍କ ମତ ଥିଲା, ପୂର୍ବପେକ୍ଷା ଦଳ ଏବେ ସୁଦୃଢ଼ ହେବ । ଗଞ୍ଜାମରେ କଂଗ୍ରେସ ବୁଝାମଣାରେ ଚାଲିଥିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମରେ ଯେଉଁ ବୟାନ ରଖିଥିଲେ, ତା’ରି ସପକ୍ଷରେ ସବୁ ନେତା କହିଥିଲେ । ଏବେ କଂଗ୍ରେସ ସବୁ ବନ୍ଧନରୁ ମୁକ୍ତ ହୋଇଛି । ଏକ କୈନ୍ଦ୍ରୀକ ବ୍ୟବସ୍ଥାକୁ କେହି ପସନ୍ଦ କରୁନଥିବାବେଳେ ଏବେ କଂଗ୍ରେସ ଆହୁରି ବଢ଼ିବ ଏବଂ ଶକ୍ତିଶାଳୀ ହେବ ବୋଲି କିଛି ନେତା ମତ ରଖିଥିଲେ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ