ରାହୁଲଙ୍କୁ ସମନ ଜାରି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ସେ ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ସମନ। ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ। ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ। ଏହାପରେ ସ୍ପେଶାଲ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।
ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସେ ଏହି ପ୍ରସଙ୍ଗରେ ରିଭିଜନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ମାମଲାର ଶୁଣାଣି ହେବ।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ