ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

• ବିଜେଡ଼ି-କଂଗ୍ରେସ ମଧୁଚନ୍ଦ୍ରିକା: ନିଜକୁ ‘କଂଗ୍ରେସ ବିରୋଧୀ’ କହୁଥିବା ବିଜେଡିର ଦୋମୁହାଁ ନୀତି ଓ ପ୍ରକୃତ ମୁଖା ଆଜି ପଦାରେ ପଡ଼ିଛି
• ନିଜ ଶାସନରେ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ବିଜେଡିର ସମାଲୋଚନା ହାସ୍ୟାସ୍ପଦ
• ଆନ୍ଦୋଳନ ନାଁରେ ହିଂସା ଓ ଦେଶବିରୋଧୀ ନାରାବାଜି କରୁଥିବା ଶକ୍ତିଙ୍କୁ ବିଜେଡି ସମର୍ଥନ କରୁଛି
• ବିଜେଡି ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଛି

ଭୁବନେଶ୍ୱର : ଭୁବନେଶ୍ୱର ରାମମନ୍ଦିର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ରାଜ୍ୟରେ ବିଜେଡି ଓ କଂଗ୍ରେସର ମଧୁଚନ୍ଦ୍ରିକା ଏବଂ ଛାତ୍ର ବିରୋଧୀ ଆଭିମୁଖ୍ୟ ବିରୋଧରେ ବିଜେପି ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ସଭା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଛନ୍ତି ଯେ ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଏହି ରାଜ୍ୟରେ ଶାସନ କରୁଥିଲେ ଏବଂ ନିଜକୁ ‘କଂଗ୍ରେସ ବିରୋଧୀ’ ବୋଲି ଡିଣ୍ଡିମ ପିଟୁଥିଲେ, ଆଜି ସେମାନଙ୍କର ପ୍ରକୃତ ମୁଖା ଖୋଲିଯାଇଛି। ନିଜ ଦୀର୍ଘ ଶାସନ କାଳରେ କନେଷ୍ଟବଳ ପରୀକ୍ଷା, ୨୦୧୮ ଓ ୨୦୨୨ର ମାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ବ୍ୟାପକ ଦୁର୍ନୀତି କରିଥିବା ବିଜେଡି ସରକାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ । ଲୋକକଥାରେ ଯେପରି କୁହାଯାଏ – ‘ଚଟୁ ଆଇଁଷ, ବେଣ୍ଟ ନିରାମିଷ’; ସେହିପରି ‘ଆମେ କଂଗ୍ରେସ ସହିତ ଯାଉନାହୁଁ, କିନ୍ତୁ ତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଛୁ’ ବୋଲି କହିବା ବିଜେଡିର ନିହାତି ଏକ ଦୋମୁହାଁ ନୀତି। ‘ଲୁଚିଛି ନା ମୋ ଗୋଡ଼ ଦୁଇଟା ଦିଶୁଛି’ ନ୍ୟାୟରେ ବିଜେଡି କଥା କହୁଛି । ନବୀନ ବାବୁ ଆଜି ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ, ସେ କଂଗ୍ରେସ ପାର୍ଟି ସହିତ ଅଛନ୍ତି ନା ଓଡ଼ିଶାର ରାଜ୍ୟବାସୀଙ୍କ ସହିତ ଅଛନ୍ତି? ଏହି ଦୋମୁହାଁ ରାଜନୀତି ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି। ଯେଉଁମାନେ ଅତୀତରେ ଯୁବକମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ବୁର୍ଲା ଛାତ୍ର ଆନ୍ଦୋଳନ ଠାରୁ ଆରମ୍ଭ କରି ଛବିରାଣୀ ଘଟଣା ପର୍ଯ୍ୟନ୍ତ ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ଥିଲେ, ସେମାନେ ଆଜି ବଡ଼ପଣ୍ଡା ସାଜିଛନ୍ତି । ସେମାନଙ୍କ ସହିତ ଏକାଠି ହୋଇ ନବୀନ ବାବୁ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି, ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ।

ପରୀକ୍ଷା ବିଷୟରେ କହିବାକୁ ଗଲେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅତ୍ୟନ୍ତ ସ୍ୱଚ୍ଛତା ଓ ଦୃଢ଼ତାର ସହିତ ପରୀକ୍ଷା ପରିଚାଳନା କରାଇ ଫଳ ପ୍ରକାଶ କରାଇଛନ୍ତି, ଯାହା ଏକ ପ୍ରଶଂସନୀୟ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ମାତ୍ର ସାଧାରଣ ଲୋକ ଏହାକୁ ଗ୍ରହଣ କରୁଥିବା ବେଳେ, କେତେକ ଦେଶବିରୋଧୀ ଓ ଛାତ୍ରବିରୋଧୀ ଶକ୍ତି ହାତରେ ଢେଲା ଓ ଲାଠି ଧରି ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି । ଆମେ ସେମାନଙ୍କୁ ଚେତାବନୀ ଦେଉଛୁ, ଛାତ୍ରଛାତ୍ରୀମାନେ କେବେ ହେଲେ ଦେଶବିରୋଧୀ ନାରା ଦିଅନ୍ତି ନାହିଁ କିମ୍ବା ଦେଶର ସମ୍ପତ୍ତି ନଷ୍ଟ କରନ୍ତି ନାହିଁ। ବାସ୍ତବରେ, ନବୀନ ବାବୁ ଓ ରାହୁଲ ଗାନ୍ଧୀ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଜି ସେମାନଙ୍କର ମୁଖା ଖୋଲିଯାଇଛି। ସେମାନଙ୍କର ଏହି ଅପବିତ୍ର ସାଲିସ୍ ରାଜନୀତିକୁ ପଦାରେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି। ଆଗାମୀ ଦିନରେ ଓଡ଼ିଶାର ରାଜ୍ୟବାସୀ ଏହାର ଯୋଗ୍ୟ ଜବାବ ଦେବେ।

ସେହିପରି ଅନ୍ୟ ଦଳୀୟ ବିଧାୟକମାନେ କହିଛନ୍ତି ଯେ ଦୀର୍ଘଦିନ ଧରି ଚାଲିଆସିଥିବା ଶାସନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ଆଜି ରାଜ୍ୟବାସୀ ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ବିଜେଡି ଶାସନ କାଳରେ ଯେଉଁଭଳି ଭାବେ ସରକାରୀ ଚାକିରି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି, ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି, ତାହା ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଇଛି ।

ଅନ୍ୟପଟେ, ରାହୁଲ ଗାନ୍ଧୀ ଯୁବକମାନଙ୍କୁ ବିଭ୍ରାନ୍ତ ଓ ଏକଜୁଟ କରି ଯେଉଁ ରାଜନୈତିକ ଧନ୍ଦା କରୁଛନ୍ତି, ଏହି ସଚେତନ ଯୁବକମାନେ ନିଶ୍ଚିତ ଭାବେ ତାଙ୍କୁ ଉଚିତ୍ ଜବାବ ଦେବେ । ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ସମଗ୍ର ରାଜନୀତିରେ ହିଂସାତ୍ମକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଜି ଦେଶବିରୋଧୀ ଶକ୍ତିମାନଙ୍କ ସହିତ ହାତ ମିଶାଇଛନ୍ତି। କଂଗ୍ରେସ ଓ କକ୍ରୋଚ ଜନତା ପାର୍ଟି ପକ୍ଷରୁ ପରୀକ୍ଷା ନାଁରେ କରାଯାଉଥିବା ଆନ୍ଦୋଳନରେ ଦେଶବିରୋଧୀ ନାରାବାଜି କରାଯାଉଛି। ଏପରିକି ଷ୍ଟୁଡେଣ୍ଟ୍ ଇସଲାମିକ ମୁଭମେଣ୍ଟ ଅଫ୍ ଇଣ୍ଡିଆ ଫାଉଣ୍ଡେସରର ପ୍ରତିଷ୍ଠାତା ସଦସ୍ୟଙ୍କ ଭଳି ବ୍ୟକ୍ତିମାନଙ୍କୁ ନେଇ ସେମାନେ ଦେଶବିରୋଧୀ ଚକ୍ରାନ୍ତ ରଚୁଛନ୍ତି। ନବୀନ ବାବୁ ଆଜି ଏହିଭଳି ଦେଶବିରୋଧୀ ଶକ୍ତିମାନଙ୍କୁ ସମର୍ଥନ ଜଣାଇ ନିଜର ପ୍ରକୃତ ଚେହେରାକୁ ରାଜ୍ୟବାସୀଙ୍କ ସାମ୍ନାରେ ପଦାରେ ପକାଇଛନ୍ତି। ବୋଲି ବିଜେପି କହିଛି ।

ଏହି ପ୍ରତିବାଦ ସଭାରେ ବିଧାୟକ ସୀମାରାଣୀ ନାୟକ, ବିଭୂତି ପ୍ରଧାନ, ଟଙ୍କଧର ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାୟକ, ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ସାଧାରଣ ସମ୍ପାଦକ ଶାରଦା ଶତପଥୀ ଓ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ସୁଦୀପ୍ତ ରାଏ ଓ ଅନିଲ ବିଶ୍ୱାଲ ପ୍ରମୁଖ ସାମିଲ ହୋଇଥିଲେ ।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ