ରେପୋରେଟ୍ ସ୍ଥିର ରଖିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ । ଯଦି ଆପଣ ଗୃହ ଋଣ, କାର ଋଣ କିମ୍ବା ଅନ୍ୟ କୌଣସି ଋଣର EMI ଦେଉଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ମୁଦ୍ରା ନୀତି ପାଇଁ ଅପେକ୍ଷା କରିବାକୁ ପଡିବ । ମୁଦ୍ରାସ୍ପୀତି ବଢିବା ନେଇ ଆକଳନ କରାଯାଉଛି । ଅର୍ଥାତ ମହଙ୍ଗାମାଡ ସହିତ ଯୁଦ୍ଧ ଜାରି ରହିବ । କମିବନାହିଁ ଲୋନ୍ ଇଏମଆଇ । ମନଟାରୀ ପଲିସି ବୈଠକରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ରେପୋରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।
ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ଚତୁର୍ଥ ଥର ପାଇଁ ରେପୋରେଟ ହାରକୁ ଅପରିବର୍ତ୍ତିତ ରଖିଛି । ଶେଷଥର ପାଇଁ ଡିସେମ୍ବରରେ ରେପୋରେଟ୍ ପରିବର୍ତ୍ତନ ହୋଇଥିଲା । ଆରବିଆଇ ଏମପିସି ରେପୋ ହାରକୁ ୦.୨୫% ହ୍ରାସ କରିଥିଲା। ସେବେଠାରୁ, ରେପୋ ହାର ୫.୨୫% ରହିଛି । ଗତ ବର୍ଷ ସୁଧ ହାର ୧.୨୫% ହ୍ରାସ କରାଯାଇଥିଲା । ଚଳିତବର୍ଷ ୪ଟି ନୀତି ବୈଠକ ଅନୁଷ୍ଠିତ ହୋଇଛି, କିନ୍ତୁ ସୁଧ ହାର ଅପରିବର୍ତ୍ତିତ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱର ଅନେକ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ପ୍ରତିକ୍ରିୟାରେ ସୁଧ ହାର ବୃଦ୍ଧି କରିଛନ୍ତି । ଏହି ସମୟରେ, ଆରବିଆଇ ଭବିଷ୍ୟତ ପାଇଁ ଏକ ନିରପେକ୍ଷ ମନୋଭାବ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ।
ବିଶ୍ୱ ଅନିଶ୍ଚିତତା ଭିତରେ ରୋପୋରେଟ୍ ହାର ଅପରିବର୍ତ୍ତିତ ରଖିଛି ଆରବିଆଇ । ବର୍ତ୍ତମାନ ଋଣ ଏମଆଇ କମିବ ନାହିଁ ।  ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ତେଲ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧା ପାଉଥିବାରୁ ଆଗାମୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ । ଏହି ମୁଦ୍ରାସ୍ଫୀତି ତୃତୀୟ ତ୍ରୈମାସିକରେ ଶୀର୍ଷରେ ପହଞ୍ଚିବ । ଆର୍ଥିକ ବର୍ଷ ୨୦୨୭ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନ ୫.୧ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛି ଆରବିଆଇ । ଭାରତର ଜିଡିପି ୬.୭ ପ୍ରତିଶତକୁ ବୃଦ୍ଧି ହେବ । ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଦେଶ ଭାବରେ ରହିଛି । ୨୦୨୭ ସୁଦ୍ଧା ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ