ଲୁଟିନେଲେ ୨୦ ଲକ୍ଷ ଅଳଙ୍କାର

ଖଇରା:ବାଲେଶ୍ବରଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରର ତାଲା ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଅନନ୍ତ ମିଶ୍ର ଓ ତାଙ୍କ ପତ୍ନୀ ପାଖରେ ଥିବା ଏକ ମାଟି ଘରେ ଶୋଇଥିବା ବେଳେ ଘରେ କେହି ନଥିଲେ। ଦୁଇଜଣ ପୁଅ ବାହାରେ ରହୁଥିବା ବେଳେ ଘରେ ଅନନ୍ତ ଏବଂ ତାଙ୍କ ପତ୍ନୀ ରହୁଥିଲେ। ଗତକାଲି ରାତି ୩ଟା ସମୟରେ ଅନନ୍ତ ଉଠି ବାହାରକୁ ଆସି ପକ୍କା ଘର ଗ୍ରିଲ ଖୋଲା ଥିବା ବେଳେ ଘରର ତାଲାଭାଙ୍ଗି ଘରେ ଥିବା ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୂପା ଅଳଙ୍କାର ସମେତ ଘରେ ଥିବା ୮୦ ହଜାର ଟଙ୍କା ଦୁବୃର୍ତ୍ତମାନେ ଲୁଟି ନେଇଥିବା ଜାଣିଥିଲେ। ଅନ୍ୟପଟେ ଚୋରି ହୋଇଥିବା ଘରଠାରୁ ୨କିମି ଦୂରରେ ଗତକାଲି ଗାଁର କିଛି ଯୁବକ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ବଜାରରେ ଥିବା ବେଳେ ଲୋକମାନେ ତାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଦୁଇଟା ବାଇକ ଛାଡ଼ି ଦୌଡ଼ି ଫେରାର ହୋଇଯାଇଥିଲେ।ବାଇକରେ ଥିବା ବ୍ୟାଗରେ ଏକ ଶାବଳ, କଟର ମେସିନ, ଡ୍ରିଲ ମେସିନ ଡାଇଶ ଓ ଏକ ଭୁଜାଲି ଥିବା ଦେଖିବାକୁ ମିଳିଛି। ଅଭିଯୋଗ ପରେ ଖଇରା ପୁଲିସ ତଦନ୍ତ ଚଳାଇଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ